ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଆରବୀ ଶବ୍ଦ
ଅମଳ ଓଜନ ଗାଏବ ଫସଲ
ଅମିନ କଏଦୀ ଜାମିନ ଫାଇଦା
ଅଦାଲତ କଲିଜା ଜମି ଫିକର
ଅଚାନକ କାଇଦା ଜମିଦାର ବରାବର
ଅସଲ କାଏମ ଜାରି ମାମୁଲି
ଅସୁଲ କାନୁନ ଜୁଲମ ମୁଲକ
ଅର୍ଜି କିସମ ଜହର ହଇରାଣ
ଆଇନା କବର ତଦାରଖ ସର୍ବତ
ଇସାରା କିତାବ ତାମସା ସଲାମ
ଇଲାକା ଖାତିର ତର୍ଜମା ସରଞ୍ଜାମ
ଇସ୍ତଫା ଖାଲି ନଗଦ
ଏତଲା ଖତମ ନାରାଜ
ଓରଫ ଖାରଜ ମସଲା
ଇଂରାଜୀ ଶବ୍ଦ
କଂପ୍ୟୁଟର, ଲାପ୍ଟପ, ପେନ୍, ପେପର୍, ରବର, ପେନ୍ସିଲ୍, ଡ୍ରେସ୍, ଫାଇଲ୍, ମିଟିଙ୍ଗ୍, ମାଇକ, ଚେୟାର, ଟେବୁଲ୍, ବାଇକ୍, ମୋବାଇଲ୍, ଅଡ଼ିଟ୍, ଅପିଲ, ଅପରେସନ୍, ଆଉଟ, ଆଉଟ୍ଡୋର, ଇଞ୍ଜିନ, ଇନ୍କମ, ଇଞ୍ଜିନିୟର, ଇନ୍ସପେକ୍ଟର, କାର୍, କୋର୍ଟ, କ୍ଲର୍କ, କଙ୍କ୍ରିଟ୍, କ୍ଲାସ୍, କୁପନ, କାର୍ଡ, କପ୍, ପ୍ଲେଟ୍, କଲେଜ, ସ୍କୁଲ, ଚକ୍, ଡଷ୍ଟର, ବ୍ଲାକ୍ବୋର୍ଡ଼, ଟିକେଟ୍, କ୍ଲବ୍, ଚକୋଲେଟ୍, ଟାଇମ୍, ଟାୟାର, ଟାଉନ, ଟିଉବ, ଥିଏଟର, ସିନେମା, ପାଉଡ଼ର, ପାଇପ, ଫାଇଟ୍, ନୋଟିସ୍, ନର୍ସ, ନମ୍ବର, ମେସିନ, ମିଟର, ଟିଭି, ଷ୍ଟେସନ, ହଷ୍ଟେଲ, ହୋଟେଲ, ମେଡ଼ିକାଲ, ଡ୍ରାମା, ପାର୍କ । ବ୍ୟାଗ୍, ହାର୍ଡକପି, ସଫ୍ଟକପି, ଭାଇରସ୍, ଇଣ୍ଟରନେଟ୍, ଏକ୍ସରେ, ଭିଟାମିନ୍, ଭାଇରାଲ୍, ଅନ୍ଲାଇନ୍, ଲଗ୍ଇନ୍, ପାସ୍ୱାର୍ଡ଼, ଭିଟାମିନ୍, ପ୍ରୋଟିନ୍ ଭଳି ବହୁ ଇଂରାଜୀ ଶବ୍ଦ ଇଂରାଜୀ ଭାଷାରୁ ଆସିଥିଲେ ବି ଏବେ ଆମ ଭାଷାରେ ପ୍ରଚଳିତ ।
ଅନ୍ୟ ବୈଦେଶିକ ଭାଷାରୁ ଆସିଥିବା ବା ଆହରଣ କରାଯାଇଥିବା ଶବ୍ଦ ଗୁଡ଼ିକୁ ଆମେ ବୈଦେଶିକ ଶବ୍ଦ କହିଥାଉ । ଏହାକୁ ମଧ୍ୟ ଆହୁତ/ ଆଗନ୍ତୁକ ଶବ୍ଦ କହିପାରିବା । ବ୍ୟବସାୟ ବାଣିଜ୍ୟ ଅଥବା ଧର୍ମପ୍ରଚାର ମାଧ୍ୟମରେ ବହୁ ବିଦେଶୀ ଶବ୍ଦ ଆମ ଶବ୍ଦ ଭଣ୍ଡାରରେ ପ୍ରବେଶ କରିଛି । ଏତଦ୍ବ୍ୟତୀତ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଦ୍ରୁତ ଅଗ୍ରଗତି ଓ ଯୋଗାଯୋଗର ବ୍ୟାପକତା ପାଇଁ ବହୁ ନୂଆ ବିଦେଶୀ ଶବ୍ଦ ଆମ ଭାଷାରେ ପ୍ରବେଶ କରିବା ସହ ପ୍ରୟୋଗ କରାଯାଉଛି । ବିଦେଶରୁ ବା ବିଦେଶୀ ଭାଷାରୁ ଆସି ଆମ ବ୍ୟବହାରରେ ଆସୁଥିବା, ଆମର ହୋଇଯାଇଥିବା ଏହି ଶବ୍ଦଗୁଡ଼ିକ ଆମେ ବୈଦେଶିକ ବା ଆହୁତି ଶବ୍ଦାବଳୀ ଭାବେ ଆମ ଶବ୍ଦ ଭଣ୍ଡାରରେ ସ୍ଥାନିତ କରିଛେ । ଆମ ଭାଷାର ସମୃଦ୍ଧି ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏସବୁ ଶବ୍ଦର ଅବଦାନ ଅନସ୍ୱୀକାର୍ଯ୍ୟ । ଏସବୁ ଶବ୍ଦ ବୈଦେଶିକ ଶବ୍ଦ ପର୍ଯ୍ୟାୟଭୁକ୍ତ ହୋଇଥିଲେ ହେଁ ଆମର ଏକାନ୍ତ ନିଜସ୍ୱ ହୋଇଯାଇଛି । ତତ୍ସମ, ତଦ୍ଭବ, ଦେଶଜ ଶବ୍ଦାବଳୀ ଭଳି ବୈଦେଶିକ ଆମ ଭାଷାର ସଂପଦ ସଦୃଶ । ଆମେ ଦୈନନ୍ଦିନ ଏସବୁ ଶବ୍ଦ ଆବଶ୍ୟକ ଅନୁସାରେ ପ୍ରୟୋଗ କରୁ ।
Comments are closed.