Latest Odisha News

BREAKING NEWS

ଆଇଟିଏଫ ଏସିଆନ ଜୁନିୟର ଚାମ୍ପିୟନଶିପ: କୋରିଆ ଓଭରାଲ ଚାମ୍ପିୟନ, ଭାରତକୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ଜୁନିୟର ଚାମ୍ପିୟନଶିପ ଉଦଯାପିତ ହୋଇଛି । କୋରିଆ ଟିମ ଓଭରାଲ ଚାମ୍ପିୟନ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳକୁ ପୁରସ୍କୃତ କରିଥିଲେ । ଏ ଭଳି ସମ୍ମାନଜନକ ଟେନିସ ଟୁର୍ଣ୍ଣାମେଂଟ ଓଡିଶାରେ ଆୟୋଜିତ ହେବା ଗର୍ବର ବିଷୟ । ଏହା ଦ୍ୱାରା ଯୁବ ପିଢ଼ୀ ଏହି ଖେଳ ପ୍ରତି ଆକୃଷ୍ଟ ହେବେ ବୋଲି ବୋଲି ସେ କହିଥିଲେ । ପ୍ରତିଯୋଗିତାରେ ୧୪ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

କୋରିଆର ଓନ ମିନ କିମ ଓ ଜିୟୁନ ହ ଯଥାକ୍ରମେ ବାଳକ ଓ ବାଳିକା ବିଭାଗ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ । ଭାରତର ଶିବତେଜ ଶିରଫୁଲେ ବାଲାପ୍ରସାଦ ବାଳକ ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଏ ସଭାପତି ଅସିତ ତ୍ରିପାଠୀ ଓ ୫ଟି ସେକ୍ରେଟାରୀ ଭିକେ ପାଣ୍ଡିଆନ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ।

Comments are closed.