Latest Odisha News

BREAKING NEWS

ଝିଅର ଚିକିତ୍ସାରେ ସବୁ ଅର୍ଥ ସାରିଦେଲେ ମହିଳା, ଏମିତି କିଛି ହେଲା ରାତାରାତି ହୋଇଗଲେ କୋଟିପତି

ଫ୍ଲୋରିଡ଼ା: କଥାରେ ଅଛି ଝିଅ ହେଉଛି ଘରର ଲକ୍ଷ୍ମୀ । ଏହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଆମେରିକୀୟ ମହିଳାଙ୍କ କ୍ଷେତ୍ରରେ । ଗୁରୁତର ରୋଗରେ ପିଡ଼ିତ ତାଙ୍କ ଝିଅ ପଛରେ ସବୁ ଟଙ୍କା ସାରିଦେଲେ । ହେଲେ ଭାଗ୍ୟ ଏମିତି ସାଥ୍ ଦେଲା ଯେ, ଝିଅ ଡ଼ାକ୍ତରଖାନାରୁ ଫେରିବାର ଗୋଟିଏ ଦିନ ପରେ ମହିଳା ଜଣକ ପାଲଟିଗଲେ ରାତାରାତି କୋଟିପତି ।

ଫ୍ଲୋରିଡା ବାସିନ୍ଦା ଲେକେଲାଣ୍ଡ ଜିମ୍ବଲେଟ୍ । ତାଙ୍କର ଗୋଟିଏ ବୋଲି ଝିଅକୁ ନେଇ ସେ ବେଶ୍ ଖୁସିରେ ଥିଲେ । ଅଧିକାଂଶ ସମୟ ଝିଅ ଅସୁସ୍ଥ ହେବାକୁ ଲାଗିଲା । ଲେକେଲାଣ୍ଡ ଡ଼ାକ୍ତରଖାନା ନେଇ ଚିକିତ୍ସା କଲେ । ହେଲେ ଜାଣିବାକୁ ପାଇଲେ ତାଙ୍କ ଝିଅ ସ୍ତନ କର୍କଟ ରୋଗରେ ପୀଡ଼ିତ । ତୁରନ୍ତ ଅସ୍ତ୍ରୋପଚାର ପାଇଁ ଡ଼ାକ୍ତର ପରାମର୍ଶ ଦେଲେ । ସେଥିଲାଗି ବହୁତ ଟଙ୍କା ଲାଗିବ ବୋଲି କହିଲେ । ଲେକେଲାଣ୍ଡ ସଞ୍ଚୟ କରିଥିବା ସମସ୍ତ ଟଙ୍କାକୁ ଝିଅ ପଛରେ ଖର୍ଚ୍ଚ କରିଦେଲେ । ଝିଅ ସୁସ୍ଥ ହୋଇ ଘରକୁ ଫେରିବା ପରେ ମହିଳା ଜଣକ ଖୁସି ସିନା ହେଲେ ଚଳିବା ପାଇଁ ତାଙ୍କ ପାଖରେ କିଛି ନ ଥିଲା । ଏହାକୁ ନେଇ ଚିନ୍ତିତ ଥିବା ବେଳେ ହଠାତ୍ ସ୍ଥାନୀୟ ଦୋକାନୀ ଆସି ଲଟେରୀ ଟିକେଟ ମାଗିଲେ । ଏହି ଟିକେଟ ଦେଖି ଦୋକାନୀ ଓ ଲେକେଲାଣ୍ଡ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏହି ଲଟେରୀ ଜିତିଛନ୍ତି ଲେକେଲାଣ୍ଡ । ମାଆ ଓ ଝିଅ ଲଟେରୀ ଅଧିକାରୀଙ୍କୁ ଧରି କାନ୍ଦିବାକୁ କାନ୍ଧିଲେ ଓ ସେ ଏତେ ଟଙ୍କା ପାଇବେ ବୋଲି କେବେ ଭାବି ନ ଥିଲେ । ତାଙ୍କୁ ଏହି ପୁରସ୍କାର ବାବଦ ୨ ମିଲିୟନ ଡ଼ଲାର ଅର୍ଥାତ୍ ୧୬ କୋଟି ଟଙ୍କା ମିଳିଲା ।
ଫ୍ଲୋରିଡା ଲଟେରୀ ମୁଖ୍ୟାଳୟ ଅଧିକାରୀଙ୍କ ସହ ଲେକେଲାଣ୍ଡ ଏକ ଲଟେରୀ ଚେକ୍ ଧରିଥିବାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ ଯେଉଁ ଦୋକାନରୁ ଏହି ଟିକେଟ କିଣିଥିଲେ ତାଙ୍କୁ ମଧ୍ୟ କମ୍ପାନୀ ପକ୍ଷରୁ ଏକ ଲକ୍ଷ ଟଙ୍କାର କମିଶନ ମଧ୍ୟ ମିଳିଛି । ଲେକେଲାଣ୍ଡ କହିଛନ୍ତି ଯେ, ଏହା ହେଉଛି ଭାଗ୍ୟର ଖେଳ ।

Leave A Reply

Your email address will not be published.