ମୁମ୍ବାଇ: ଅଭିନୟଠୁ ନେଇ ନିଜର ସୁନ୍ଦରତାକୁ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରାଉେତଲା। ନିଜ ଷ୍ଟାଇଲିଷ୍ଟ୍ ପୋଷାକ ପିନ୍ଧିବା ଶୈଳୀକୁ ନେଇ ମଧ୍ୟ ଉର୍ବଶୀ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଉର୍ବଶୀ ଚଣ୍ଡିଗଡ଼ରେ ନିର୍ମାତା ରଣଜା ବିକ୍ରମ ସିଂ ଏବଂ ସିମରନ୍ କୌରଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏଥିରେ ଉର୍ବଶୀ ଯେଉଁ ଶାଢୀ ପିନ୍ଧିଥିଲେ ତାକୁ ନେଇ ସେ ଏବେ ଚର୍ଚ୍ଚାରେ। ତାଙ୍କ ଶାଢୀର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ତେବେ ଉର୍ବଶୀ ପିନ୍ଧିଥିବା ଶାଢୀର ଦାମ୍ ଥିଲା ୫ ଲକ୍ଷ ଟଙ୍କା। ଯାହା ଗୋଟିଏ କାର୍ର ଦାମ୍ ସହିତ ସମାନ।
ସେ ଏକ ମିଣ୍ଟ୍ ରଙ୍ଗର ଶାଢୀ ପିନ୍ଧିଥିଲେ ଯେଉଁଥିରେ ଅତ୍ୟନ୍ତ ଚମତ୍କାର ଦେଖାଯାଉଥିଲେ। ଏହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ଥିବାବେଳେ ପ୍ରାୟ ଅଳଙ୍କାର ୧୫ ଲକ୍ଷ ଟଙ୍କାର ଅଳଙ୍କାର ପରିଧାନ କରିଥିଲେ। ଏହା ତାଙ୍କୁ ଆହୁରି ଆକର୍ଷଣୀୟ କରିଥିଲା।
Comments are closed.