Latest Odisha News

BREAKING NEWS

ଯାତ୍ରା ସମୟରେ ଏହିସବୁ ଦେଖିଲେ ଶୁଭ…

ଭୁବନେଶ୍ବର: ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ଭଗବାନଙ୍କୁ ପ୍ରଣାମ ହୋଇ ଗୁରୁଜନଙ୍କ ଆଶୀର୍ବାଦ ନେଇ ଘରୁ ବାହାରିବା କଥା ଆମେ ଶୁଣି ଆସିଛୁ । ଏପରି କରିବା ମଧ୍ୟ ଉଚିତ୍ । କୁହାଯାଏ ଯେ ଭଗବାନଙ୍କୁ ପ୍ରଣାମ କରି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ସେହିପରି ଜ୍ୟୋତିଷଶାସ୍ତ୍ରରେ ଏପରି କିଛି ସଙ୍କେତ ରହିଛି କୌଣସି ଯାତ୍ରା ସମୟରେ ଦେଖିଲେ ଶୁଭ ବୋଲି ବିବେଚନା କରାଯାଏ । ଏଥିସହ କାମ ସଫଳ ମଧ୍ୟ ହୋଇଥାଏ ।

ତେବେ ସେହି ସଙ୍କେତ ଗୁଡିକ କ’ଣ ଆସନ୍ତୁ ଜାଣିବା..

ଘରୁ ବାହାରକୁ ବାହାରୁଥିବା ସମୟରେ ଯଦି ଶଙ୍ଖ ଅଥବା ଘଣ୍ଟ ଘଣ୍ଟି ବାଜୁଥିବାର ଶବ୍ଦ ଶୁଣାଯାଏ ; ତେବେ ଯାତ୍ରା ସଫଳ ହେବ ବୋଲି ବିଶ୍ବାସ କରାଯାଏ ।

ସେହିପରି ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ବ୍ୟକ୍ତି ଜଣକ କୌଣସି ଜରୁରୀ କାମରେ ଘରୁ ବାହାରୁଥାଏ ସେତେବେଳେ ରାସ୍ତାରେ ଗାଈ ତାର ବାଛୁରୀକୁ କ୍ଷୀର ଖୁଆଉଥିବା ଦେଖିଲେ ଶୁଭଫଳ ମିଳେ। ଏଥିସହ ଯାତ୍ରା ମଙ୍ଗଳମୟ ହୁଏ। ଏହାଛଡ଼ା ଗାଈର ଗୋବର ଦେଖିଲେ ମଧ୍ୟ ଶୁଭ ବୋଲି କୁହାଯାଏ।

ଆହୁରି ମଧ୍ୟ ସକାଳ ସମୟରେ ଯଦି ଭିକାରୀ ଆପଣଙ୍କ ଘରକୁ ଆସନ୍ତି ତେବେ ତାହା ଶୁଭ ଅଟେ। ବିଶ୍ବାସ କରାଯାଏ ଯଦି ଭିକାରୀକୁ ଦାନ ଦେବେ ତାହେଲେ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ଗୁଡିକରେ ସଫଳତା ମିଳିବ । ଏଥିସହ ଉଦ୍ଧାର ଦେଇଥିବା ଧନ ଫେରି ଆସିଥାଏ । ବ୍ୟାପାରରେ ଲାଭ ମଧ୍ୟ ମିଳିଥାଏ।

ଘରୁ ବାହାରକୁ ଗଲାବେଳେ ଯଦି କାହାର ଅନ୍ତିମ ଯାତ୍ରା ଆଖିରେ ପଡେ ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ଯାତ୍ରାରେ ସଫଳ ହେବେ । କୁହାଯାଏ ଯେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ତେଣୁ ଅନ୍ତିମ ଯାତ୍ରା ଦେଖିବା କ୍ଷଣି ହାତ ଯୋଡି ପ୍ରଣାମ କରନ୍ତୁ ଏହାପରେ ଆଗକୁ ବଢନ୍ତୁ ।

ସେହିପରି ଘରୁ ବାହାରିବାବେଳେ ନେଉଳକୁ ଦେଖିଲେ କାର୍ଯ୍ୟ ସଫଳ ହୋଇଥାଏ ।

 

 

Comments are closed.