Latest Odisha News

BREAKING NEWS

ଶ୍ରେୟାଶ ହେଲେ କେକେଆର ଅଧିନାୟକ

କୋଲକାତା: ଆଗାମର ଆଇପିଏଲ ପାଇଁ କୋଲକାତା ନାଇଟ ରାଇଡର୍ସ ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି । ବୁଧବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆୟାରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ ଦଳରେ ନେଇଥିଲା । ୨୦୧୯, ୨୦ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱ ଦକ୍ଷତା ଯୋଗୁ ଦିଲ୍ଲୀ ୨୦୨୦ରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ।

ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ବଡ ବଡ ଖେଳାଳିଙ୍କୁ ନେଇ ଗଠିତ କୋଲକାତା ପରି ଏକ ଶକ୍ତିଶାଳୀ ଟିମର ନେତୃତ୍ୱ ନେବା ମୋ ପାଇଁ ସୌଭାଗ୍ୟର ବିଷୟ । ମୋତେ ସୁଯୋଗ ଦେଇଥିବାରୁ ଫ୍ରାଂଚାଇଜର, ମ୍ୟାନେଜମେଂଟ ଓ ସପୋର୍ଟିଂ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି ।

Comments are closed, but trackbacks and pingbacks are open.