Latest Odisha News

ଓଡିଶା ଆସୁଛନ୍ତି ନଡ୍ଡା

ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦେବେ ଯୋଗ ।

ତେବେ ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଏହା ଜେପି ନଡ୍ଡାଙ୍କ ପ୍ରଥମ ଓଡିଶା ଗ୍ରସ୍ତ । ଆସନ୍ତା ୧୯ରେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା । ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Comments are closed.