Latest Odisha News

BREAKING NEWS

ଶାହୀଦ-କରୀନା ଅଭିନୀତ ଜବ ୱି ମେଟର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ଗଦର ୨ର ସଫଳତା ପରେ ୧୯୯୦ରୁ ୨୦୧୦ ମଧ୍ୟରେ ଭଲ ବ୍ୟବସାୟ କରିଥିବା ଫିଲ୍ମର ସୀକ୍ୱେଲ ପାଇଁ ନିର୍ମାତାମାନେ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛି ଜବ ୱି ମେଟ । ୨୦୦୭ରେ ରିଲିଜ ହୋଇଥିବା ରୋମାଂଟିକ କମେଡି ଜବ ୱି ମେଟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଶାହୀଦ କାପୁର ଓ କରୀନା କାପୁରଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ନିକଟରେ ଏହାର ସୀକ୍ୱେଲ ନେଇ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପାର୍ଟର ନିର୍ଦ୍ଦେଶକ ଇମତିଆଜ ଅଲୀ ଏଥିରେ ମଧ୍ୟ ନିର୍ଦ୍ଦେଶନା ଦେବେ ବୋଲି ଆଲୋଚନା ହେଉଛି ।

ତେବେ ନିର୍ମାତାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଗୀତ ଓ ଆଦିତ୍ୟର ଭୂମିକା ପୁନର୍ବାର କରୀନା ଓ ଶାହୀନ ପୁନର୍ବାର ଅଭିନୟ କରିପାରନ୍ତି । ଗଦର୨ର ସଫଳତା ପରେ ମେକର୍ସ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହୋଇଛି । ଏହା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ରିପୋର୍ଟ ମୁତାବକ ଉଭୟ ଶାହୀଦ ଓ କରୀନା ମଧ୍ୟ ଏହାର ସୀକ୍ୱେଲ ନେଇ ଆଗ୍ରହୀ ଥିବା ଜଣାପଡିଛି ।

Leave A Reply

Your email address will not be published.