Latest Odisha News

BREAKING NEWS

ଅଜବ ଗଜବ: ଗଛରେ ଫଳନ୍ତି ଉଲଗ୍ନ ମହିଳା, ଆପଣ ବି ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆପଣ ମାନେ ଗଛରେ  ବିଭିନ୍ନ ପ୍ରକାର ଫଳ ଫୁଲ ହୋଇଥିବା ଦେଖିଥିବେ । କିନ୍ତୁ କ’ଣ କେବେ ଆପଣ ଗଛରେ ଜଣେ ଉଲଗ୍ନ ମହିଳାଙ୍କୁ ଫଳିଥିବାର ଦେଖିଛନ୍ତି କି ? ଏବେ ଆପଣ ଭାବୁଥିବେ ଏଟଟା କିପରି ସମ୍ଭବ । ଗଛରେ ପୁଣି ଉଲଗ୍ନ ମହିଳା ! କଥାଟା ଆପଣଙ୍କୁ ଯେତେ ଆଶ୍ଚର୍ଯ୍ୟ ଲାଗୁଛି ସେତେ ରୋଚକମୟ ମଧ୍ୟ । ଆଜ୍ଞା ହଁ, ଆମ ଦେଶରେ ରହିଛି ଏପରି ଏକ ଗଛ ଯେଉଁଥିରେ ଫଳିଥାଏ ଉଲଗ୍ନ ମହିଳା । ଏବେ ଆପଣ ଭାବୁଥିବେ ଏହି ଗଛ କେଉଁଠି ଅଛି, ଏହାର ନାମ କ’ଣ ଇତ୍ୟାଦି ଇତ୍ୟାଦି । ତେବେ ଅମ ଦେଶରେ ଥିବା ସୁଉଚ୍ଚ ପର୍ବତ ହିମାଳୟର ପାର୍ବତ୍ୟାଞ୍ଚଳରେ ଦେଖିବାକୁ ମିଳେ ଏହି ଗଛ । ଏହା ନାରୀଲତା ଗଛ ନାଁରେ ପରିଚିତ । ମାତ୍ର ଏହି ଗଛରେ ଏହି ଫୁଲ ସବୁ ସମୟରେ ଦେଖିବାକୁ ମିଳିନଥାଏ । ପ୍ରତି ୨୦ ବର୍ଷ ଅନ୍ତରରେ ଏହି ଗଛରେ ମହିଳାର ଉଲଗ୍ନ ଶରୀରର ଭ୍ରମ ସୃଷ୍ଟି କରୁଥିବା ଏକ ଫୁଲ ଦେଖିବାକୁ ମିଳେ ।

ନାରୀଲତା ନାମକ ଏହି ଗଛରେ ଅଜବ ପ୍ରକାରର ଫୁଲ ଫୁଟିଥାଏ । ଏହି ଫୁଲର ଆକାର ଏକ ଉଲଗ୍ନ ନାରୀ ଶରୀର ପରି ହିଁ ହୋଇଥାଏ । ଏହି କାରଣରୁ ତ ଏହାର ନାଁ ନାରୀଲତା ରଖାଯାଇଛି । ଏହି ଗଛ ସାଧାରଣତଃ ହିମାଳୟର ପାଦଦେଶ , ଶ୍ରୀଲଙ୍କା, ଥାଇଲାଣ୍ଡର କେତେକ ସ୍ଥାନରେ ହିଁ ଦେଖାଯାଇଥାଏ ।କୁହାଯାଉଛି କି ୨୦ ବର୍ଷ ଅନ୍ତରରେ ହିଁ ଏହି ଗଛରେ ଫୁଲ ଫୁଟିଥାଏ । ଏହାର ରଙ୍ଗ ଈଷତ ହଳଦିଆ ରଙ୍ଗର । ପ୍ରଥମ ଥର ପାଇଁ ଏହାକୁ ଯିଏ ଦେଖିବ ଏକ ଛୋଟ କଣ୍ଡେଇ ଟିଏ ବୋଲି ହିଁ ଭାବିବ । ଏହି ଫୁଲଟି ସାଧାରଣ ବ୍ୟବହାରରେ ଆସୁନଥିଲେ ବି ଏହାର ଅଦ୍ଭୁତ ଆକାର ସମସ୍ତଙ୍କୁ ନିଜ ପ୍ରତି ଆକୃଷ୍ଟ କରିଥାଏ ।

ସ୍ଥାନୀୟ ଲୋକମାନେ ଏହି ଗଛକୁ ନୈରୀଫନ ବୋଲି କୁହନ୍ତି । କେବଳ ସେତିକି ନୁହେଁ ସେଠାକାର ଲୋକ ଏହି ଗଛକୁ ଗଭୀର ବିଶ୍ଵାସ ସହ ପୂଜା ମଧ୍ୟ କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛକୁ ସ୍ଵୟଂ ଭଗବାନ ବୁଦ୍ଧ ଥାଇଲ୍ୟାଣ୍ଡର ହିମାଫାନ ଜଙ୍ଗଲରେ ଲଗାଇଥିଲେ । ବିଶ୍ଵାସ କରାଯାଏ ଯେ ଭଗବାନ ଇନ୍ଦ୍ର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏହି ଜଙ୍ଗଲରେ ରହୁଥିଲେ । ଥରେ ଇନ୍ଦ୍ରଙ୍କ ପତ୍ନୀ ଜଙ୍ଗଲକୁ ଫଳ ଆଣିବା ପାଇଁ ଯାଇଥିଲେ । ସେତେବେଳେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ । ସେତେବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ଭଗବାନ ତୁରନ୍ତ ଜଙ୍ଗଲରେ ୧୨ଟି  ନୈରୀଫନ ଗଛ ସୃଷ୍ଟି କରିଥିଲେ ଏବଂ ସେହି ଲୋକ ମାନଙ୍କୁ ଧୋକା ଦେବା ପାଇଁ ସେହି ଗଛରେ ଏପରି ଫଳ ସୃଷ୍ଟି କଲେ ଯାହା ଦେଖିବାକୁ ଏକ ଉଲଗ୍ନ ମହିଳା ପରି ଦେଖାଯାଉଥିଲା ।

କୁହାଯାଏ ଯେ ସେ ଏହି ଫଳଗୁଡ଼ିକୁ ତାଙ୍କ ସାଙ୍ଗରେ ନେଇଯାଇଥିଲେ । ଯିଏ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ, ସେ ଚାରିମାସ ପର୍ଯ୍ୟନ୍ତ ଗଭୀର ନିଦ୍ରାରେ ଶୋଉଥିଲେ ଏବଂ ସେମାନେ ସେମାନଙ୍କର ସମସ୍ତ ଶକ୍ତି ହରାଉଥିଲେ | ଲୋକମାନେ କୁହନ୍ତି ଯେ ସେହି ଦିନଠାରୁ ମହିଳାଙ୍କ ଶରୀର ଆକୃତିର ଫଳଗୁଡ଼ିକ ଏହି ଗଛରେ ହୋଇଥାଏ | ତେବେ, ଏହା ପ୍ରକୃତରେ ଫଳ କି ଅନ୍ୟ କିଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

Leave A Reply

Your email address will not be published.