Latest Odisha News

ଏଣ୍ଟ ଗ୍ରୁପରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍‌ ମା: ଚୀନ ସରକାରଙ୍କୁ ସମାଲୋଚନା ପଡିଲା ମହଙ୍ଗା

ବେଜିଂ: ଏଣ୍ଟ ଗ୍ରୁପର ଫାଉଣ୍ଡର ଜ୍ୟାକ୍‌ ମାଙ୍କର ଆଉ କମ୍ପାନୀ ଉପରେ ନିୟନ୍ତ୍ରଣ ରହିବ ନାହିଁ। କମ୍ପାନୀରେ ତାଙ୍କର ଭୋଟିଂ ରାଇଟକୁ ମାତ୍ର ୬.୨ ପ୍ରତିଶତକୁ ଖସାଇ ଦିଆଯାଇଛି। ଦିନେ କମ୍ପାନୀରେ ଜ୍ୟାକ୍‌ ମାଙ୍କର ୫୦ ପ୍ରତିଶତରୁ ଅଧିକ ଭୋଟିଂ ରାଇଟ୍ ଥିଲା। ସେହିପରି କମ୍ପାନୀରେ ତାଙ୍କର ଶେୟାର ମାତ୍ର ୧୦ ପ୍ରତିଶତ ରହିଛି।

କମ୍ପାନୀର ଅଂଶିଦାରମାନେ ଏକ ବୈଠକ କରି କମ୍ପାନୀର କିଛି ପରିବର୍ତ୍ତନ କରିଥିଲେ। ଯେଉଁଥିରେ ଜ୍ୟାକ୍‌ମାଙ୍କ ଭୋଟିଂ ରାଇଟ କମାଇଦିଆଯାଇଥିଲା। ଶନିବାର ଏଣ୍ଟ ଗ୍ରୁପ ପକ୍ଷରୁ ଭୋଟିଂ ଷ୍ଟ୍ରକ୍ଚରରେ ପରିବର୍ତ୍ତନ କରିବା ଫଳରେ ମ୍ୟାନେଜମେଣ୍ଟ ଓ କର୍ମଚାରୀ ସମେତ ପ୍ରତ୍ୟେକଙ୍କ ଭୋଟିଂ ରାଇଟ୍ସକୁ ଅଲଗା ଅଲଗା କରିଦିଆଯାଇଛି। ଫଳରେ ଜ୍ୟାକ୍‌ ମାଙ୍କ ପାଖରେ ଏଣ୍ଟ ଗ୍ରୁପର ନିୟନ୍ତ୍ରଣକୁ କାଢ଼ି ନିଆଯାଇଛି।  ତେବେ ଭୋଟିଂ ଷ୍ଟ୍ରକଚରରେ ପରିବର୍ତ୍ତନ ହେଲା ପରେ ବି କୌଣସି ଅଂଶିଦାରର ଇକୋନୋମିକ ଇଣ୍ଟ୍ରେଷ୍ଟରେ କମ ହେବନି ବୋଲି ଗ୍ରୁପ ପକ୍ଷରୁ କୁହାଯାଇଛି।

ଚୀନ ସରକାରଙ୍କୁ ସମାଲୋଚନା କରି ଏପରି ଅବସ୍ଥା ଭୋଗିଛନ୍ତି ଦିନେ ଏଶିଆର ନମ୍ବର ୱାନ ଧନି ବୋଲାଉଥିବା ଜ୍ୟାକ୍‌ ମା। ଖବର ଅନୁସାରେ, ୨୦୨୦ ଏଣ୍ଟ ଗ୍ରୁପ୍ ୩୭ ଅରବ ଡଲାରର ଆଇପିଓ ଆଣିବା ପ୍ରସ୍ତୁତିରେ ଲାଗିପଡ଼ିଥିଲା। ହେଲେ ଶେଷ ସମୟରେ ଏହାକୁ ଅଟକାଇ ଦିଆଯାଇଥିଲା। ଏହାପରେ ଜବରଦସ୍ତି କମ୍ପାନୀର ପୁନର୍ଗଠନ କରିଦିଆ ଗଲା। ସେତେବେଳେ ହିଁ ଜ୍ୟାକ୍‌ ମାଙ୍କ ନିୟନ୍ତ୍ରଣ ଏଣ୍ଟ ଗ୍ରୁପ୍‌ରୁ ବାହାରି ପାରେ ବୋଲି ଚର୍ଚ୍ଚା ହେଉଥିଲା।

ଜ୍ୟାକ୍‌ ମା ଏଣ୍ଟ ଗ୍ରୁପ୍‌ର ଷ୍ଟକ୍ ମାର୍କେଟ୍‌ ଲିଷ୍ଟିଂକୁ ନେଇ ଚୀନର ରେଗୁଲେଟୋରୀ ବ୍ୟବସ୍ଥା ଓ ବ୍ୟାଙ୍କଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ସେ ସରକାରୀ ବ୍ୟାଙ୍କଗୁଡ଼ିକର ତୁଳନା ସୁଧଖୋର ମହାଜନମାନଙ୍କ ସହ କରିଥିଲେ। କେବଳ ସେତିକି ନୁହେଁ ସେ ଅନ୍ତର୍ଜାତୀୟ ଆର୍ଥିକ ବିନିମୟ ଚୁକ୍ତିର ମଧ୍ୟ କଡ଼ା ସମାଲୋଚନା କରିଥିଲେ। ଯାହା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅହସ୍ୟ ହୋଇଥିଲା।

ଫଳରେ ତାଙ୍କର ନିର୍ଦ୍ଦେଶର ଏଣ୍ଟ ଗ୍ରୁପର ୩୭ ବିଲିୟନ ଡଲରାର ଆଇପିଓକୁ ନିଲମ୍ବିତ କରିଦିଆଯାଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାପରେ ଏଣ୍ଟ ଗ୍ରୁପର ଚୀନର ରେଗୁଲେଟରଙ୍କୁ ଖୁସୀ କରିବାକୁ ନିଜ କାରବାରର ବଡ଼ ସ୍ତରରେ ପରିବର୍ତ୍ତନ କରିଥିଲା। ଏହାପର ଠାରୁ ଜ୍ୟାକ୍‌‌ ମା ଏକପ୍ରକାର ଗାୟବ ହୋଇଯାଇଥିଲେ। ତାଙ୍କୁ ଆଉ କୌଣସି ମଞ୍ଚରେ ଦେଖିବାକୁ ମିଳିନଥିଲା।

ଏବେ ଯେହେତୁ କମ୍ପାନୀର କଣ୍ଟ୍ରୋଲର ପରିବର୍ତ୍ତନ ହୋଇଛି ତେଣୁ କମ୍ପାନୀକୁ ଆଇପିଓ ପାଇବାକୁ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବା। କାରଣ କମ୍ପାନୀ ଚୀନର ଏ-ଶେୟାର ମାର୍କେଟ୍‌ରେ ଲିଷ୍ଟିଂ ହେବାକୁ ହେଲେ କମ୍ପାନୀର କଣ୍ଟ୍ରୋଲରରେ ଗତ ୩ ବର୍ଷରେ କୌଣସି ପରିବର୍ତ୍ତନ ହୋଇ ନଥିବା ଦରକାର।

Comments are closed.