Latest Odisha News

BREAKING NEWS

କୁହୁଡି ଯୋଗୁ ବଡ ଧରଣର ସଡକ ଦୁର୍ଘଟଣା; ଗଲା ୧୭ ଜଣଙ୍କ ଜୀବନ, ୨୨ ଆହତ

ବେଜିଂ: ଚୀନରେ ଏକ ବଡ଼ ଧରଣରେ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ପୂର୍ବ ଚୀନର ଜିଆଙ୍ଗସି ରାଜ୍ୟରେ ନାନଞ୍ଚାଙ୍ଗ କାଉଣ୍ଟି ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଉକ୍ତ ଏରିଆରେ ପ୍ରଭଳ ମାତ୍ରାରେ କୁହୁଡ଼ି ପଡ଼ିଥିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।

BjdElectrycity

ଏହି ବଡ଼ ସଡ଼କୁ ଦୁର୍ଘଟଣା ଖବର ମିଡିଆରେ ସାମ୍ନାକୁ ଆସିବା ପରେ ନାନଞ୍ଚାଙ୍ଗ କାଉଣ୍ଟି ଟ୍ରାଫିକ୍ ପକ୍ଷରୁ ସୁରକ୍ଷିତ ଡ୍ରାଇଭିଂ ଟିପ୍ସ ଜାରି କରିଛି। ଏହି ଆଡ୍‌ଭାଇଜରୀରେ କୁହୁଡ଼ି ସମୟରେ ଫଗ୍‌ ଲାଇଟ୍ ଦେଖି ଗାଡ଼ି ଚଳାଇବା, ରାସ୍ତାରେ ହଠାତ୍ ପାର୍ଶ୍ୱ ପରିବର୍ତ୍ତନ ନ କରିବା ଓ ଓଭରଟେକ୍ ନ କରିବାକୁ କୁହାଯାଇଛି।

ଏଥିସହିତ ଗାଡ଼ି ଗାଡ଼ି ମଧ୍ୟରେ ଡିଷ୍ଟାନ୍ସ ରଖିବା, ଚାଲି ଚାଲି ଯାଉଥିବା ଲୋକଙ୍କୁ ଠାରୁ ଦୂରେଇ ରହିବା ଆଦି ନିର୍ଦ୍ଦେସନାମାରେ କୁହାଯାଇଛି। ଉକ୍ତ ଅଞ୍ଚଳରେ ପ୍ରବଳ କୁହୁଡ଼ି ଥିବା ଟ୍ରାଫିକ ପକ୍ଷରୁ କୁହାଯାଇଛି।

ଦୁର୍ଘଟଣାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଛି।  ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ପ୍ରଶାସନ କହିଛି। ଅତ୍ୟଧିକ କୁହୁଡ଼ି ଯୋଗୁ ଦୃଶ୍ୟମାନ(ଭିଜିବିଲିଟି) କମିଯାଉଛି। ଯାହା ଫଳରେ ଦୁର୍ଘଟଣା ଘଟୁଛି। ପୁଲିସ ଘଟଣା ତଦନ୍ତ କରୁଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.