Latest Odisha News

BREAKING NEWS

ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ

ମୁମ୍ବାଇ: କୁଙ୍ଗ ଫୁ ଫିଲ୍ମ ମାଧ୍ୟମରେ ଜ୍ୟାକି ଚାନ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନେକ ପ୍ରଶଂସକ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏବେ ଜ୍ୟାଜି ଚାନ ଏ ଭଳି ଏକ ନିଷ୍ପତି ନେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ ଏକ ଗୀତ ଗାଇଛନ୍ତି । ଯାହା ତାଙ୍କ ମୃତ୍ୟୁପରେ ରିଲିଜ ହେବ । ଅନ ଏକ୍ସପେକଟେଡ ଫ୍ୟାମିଲି ଫିଲ୍ମର ପ୍ରିମିୟର ଅବସରରେ ସେ ଏହା କହିଥିଲେ । ମୁଁ ମୋର ଅନେକ ସାଥୀ ହରେଇ ସାରିଛି । ଜୀବନ ବହୁତ ଛୋଟ । ଯାହା ମନରେ ଅଛି ତାହା ସମୟ ଥିବା ବେଳେ କରିଦେବା ଉଚିତ ।

ଦୁନିଆରୁ ବିଦା ନେବା ପୂର୍ବରୁ ମୁଁ ମୋର ଭାବନା ଲୋକଙ୍କ ସହିତ ଶେୟାର କରିବାକୁ ଚାହୁଁଛି । ତାଙ୍କୁ ଯେତେବେଳେ ଏହାର କିଛି ଲାଇନ ଗାଇବାକୁ କୁହାଗଲା, ସେ ହସି କରି କହିଥିଲେ ଏବେ ଯଦି ଗାଇବି ତୁମମାନଙ୍କ ଆଖିରେ ଲୁହ ଆସିବ । ଯାହା ମୁଞ ଚାହୁଁନି । ଅନଏକ୍ସପେକଟେଡ ଫିଲ୍ମରେ ସେ ଜଣେ ବୟସ୍କ ବ୍ୟକ୍ତିଙ୍କ ଭୂମିକା କରୁଛନ୍ତି । ଯିଏ କି ଅଲଜାଇମର ରୋଗରେ ଆକ୍ରାନ୍ତ । ଫିଲ୍ମର କାହାଣୀ ମଧ୍ୟ ସମ୍ପୂର୍ଣ୍ଣ ଭାବେ କହିବାକୁ ସେ ମନା କରି ଦେଇଥିଲେ ।

Leave A Reply

Your email address will not be published.