Latest Odisha News

BREAKING NEWS

‘ବାଗି-୩’ରେ ଦର୍ଶକ ଦେଖିବେ ଜ୍ୟାକି-ଟାଇଗର ଶ୍ରଫ ଯୋଡ଼ିଙ୍କ ଆକ୍ଟିଂ !

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗି-୩ରେ ବାପା ଜ୍ୟାକି ଶ୍ରଫ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପ୍ରଯୋଜକ ସାଜିଦ ନାଡିୱାଡୱାଲା କହିଛନ୍ତି ।

ହିରୋପନ୍ଥୀରୁ ବଲିଉଡ କ୍ୟାରିୟର ଆରମ୍ଭ କରିବା ପରଠାରୁ ତାଙ୍କ ପ୍ରଶଂସକମାନେ ବାପା ଜ୍ୟାକଙ୍କ ସହ ଅଭିନୟ କରିବା ନେଇ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏବେ ବାଗି-୩ ଟିମ୍ ସର୍ବିୟାରୁ ୪୦ ଦିନର ଲମ୍ବା ଶୁଟିଂ ସିଡ୍ୟୁଲ ସାରି ଫେରିଛନ୍ତି । ଏହା ପରେ ମୁମ୍ବାଇରେ ଜ୍ୟାକି ସହ ଫିଲ୍ମର କେତେକ ଦମଦାର ସିନ୍ ଶୁଟିଂ କରାଯାଇଥିଲା ।

ରିପୋର୍ଟ ମୁତାବକ ଜ୍ୟାକି ଫିଲ୍ମର ଦୁଇ ହିରୋ ଟାଇଗର ଏବଂ ରିତେଶ ଦେଶମୁଖଙ୍କ ପିତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ଦିନକୁ ଦିନ ଟାଇଗରଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଥିବାରୁ ଜ୍ୟାକି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଅହମ୍ମଦ ଖାଁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.