Latest Odisha News

ଆଉ ୮ ଦିନ ପରେ ଫାଶୀ ପାଇବେ ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତ: କିପରି କଟୁଛି ସେମାନଙ୍କ ଦିନ, ଜାଣନ୍ତୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଫାଶୀ ମିଳିବ ନେଇ ଡେଥ ୱାରେଣ୍ଟ ଜାରୀ ହୋଇଛି ।

ତେବେ ଜୀବନ ଓ ମୃତ୍ୟୁର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଣ କରୁଛନ୍ତି ଏହି ୪ ଅଭିଯୁକ୍ତ । କଣ ରହିଛି ତାଙ୍କ ମନର ଅବସ୍ଥା ଆସନ୍ତୁ ଜାଣିବା…

ତିହାର ଜେଲରେ ବନ୍ଦ ଅଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଜଣ ଦୋଷୀ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜ ଜୀବନ ଶେଷ ହେବାକୁ ନେଇ ଖାଇବା ପିଇବା ଛାଡ଼ି ଦେଇଛି । ଅନ୍ୟ ଜଣେ ଖାଇବ କମ କରି ଦେଇଛି ।

ଅଭିଯୁକ୍ତ ବିନୟ ଦୁଇ ଦିନ ଯାଏଁ କିଛି ଖାଇନାହିଁ । ଜେଲ ଅଧିକାରୀଙ୍କ ବାରମ୍ବାର କହିବା ପରେ ସେ କିଛି ପରିମାଣରେ ଖାଇଥିଲା । ଅଭିଯୁକ୍ତ ପବନ କିନ୍ତୁ ପୂର୍ବଭଳି ଖିଆପିଆ କରୁଛି ।

ମଙ୍ଗଳବାର ଠାରୁ ଅଭିଯୁକ୍ତ ମାନେ ଅଧିକ ଚିନ୍ତାରେ ପଡ଼ିଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ।

ତେବେ ଅଭିଯୁକ୍ତ ମୁକେଶ ଓ ଅକ୍ଷୟଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାଥିବା କୁହାଯାଇଛି । ସେମାନେ ପୂର୍ବରୁ ଯେତିକି ଖାଉଥିଲେ । ଏବେବି ସେହିଭଳି ଖାଉଛନ୍ତି ।

ଅନ୍ୟପକ୍ଷରେ ଜେଲ କର୍ତ୍ତୃପକ୍ଷ ନୋଟିସ ଜାରି କରି ଅଭିଯୁକ୍ତଙ୍କର ଶେଷ ଇଚ୍ଛା କ’ଣ ଜାଣିବାକୁ ଚାହିଁଛନ୍ତି । ନୋଟିସରେ ପଚରାଯାଇଛି ଯେ, ଫେବୃଆରୀ ୧ ଯାଏଁ ନିର୍ଦ୍ଧାରିତ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି? ଯଦି ସେମାନଙ୍କ ନାମରେ କିଛି ସଂପତ୍ତି ଅଛି, ତାହା କାହା ନାମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଚାହୁଁଛନ୍ତି, ତାହେଲେ କେଉଁ ଧର୍ମଗୁରୁଙ୍କୁ ଡାକିବାକୁ ଚାହୁଁଛନ୍ତି? ଯଦି ସେମାନେ ଚାହିଁବେ ଫେବୃଆରୀ ୧ ତାରିଖରେ ଫାଶୀ ପାଇବା ପୂର୍ବରୁ ସବୁ ପୂରା କରିପାରିବେ।

ଏହାରି ମଧ୍ୟରେ ମୁକେଶ ପାଖରେ ଫାଶୀକୁ ନେଇ ଯେତେ ଆଉନଗତ ଉପଚାର ଥିଲା, ସବୁ ବିଚାର ହୋଇସାରିଛି । କୋର୍ଟ ମୁକେଶର ଆବେଦନକୁ ଖାରଜ କରି ଦେଇଛନ୍ତି । ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ମଧ୍ୟ କ୍ଷମା ପ୍ରାର୍ଥନା ଖାରଜ ହୋଇଯାଇଛି ।

Leave A Reply

Your email address will not be published.