Latest Odisha News

BREAKING NEWS

୨୦୨୪ର ସୁନ୍ଦରୀ ଶାକାହାରୀ ସେଲିବ୍ରିଟି ବନିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଭାରତ ପକ୍ଷରୁ ‘ସବୁଠୁ ସୁନ୍ଦର ଶାକାହାରୀ ସେଲିବ୍ରିଟି’ ଭାବେ ସମ୍ମାନିତ କରାଯାଇଛି।

ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ଧରି ପଶୁ ଅଧିକାର ତଥା ସୁରକ୍ଷା ପାଇଁ ପଦକ୍ଷେପ ନେଉଥିଲେ।

ଏନେଇ ଅଭିନେତ୍ରୀ କୃତଜ୍ଞତା ଜଣାଇବା ସହ କହିଛନ୍ତି, “ମୁଁ ଏହି ସମ୍ମାନ ପାଇ ବହୁତ ଖୁସି। ଶାକାହାରୀ ହେବା କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଏହା ଆମ ଗ୍ରହ ତଥା ଏଠାରେ ବସବାସ କରୁଥିବା ଲୋକଙ୍କ ଉପରେ ମଧ୍ଯ ସକରାତ୍ମକ ପ୍ରଭାବ ପକାଇଥାଏ”।

ପେଟା ଇଣ୍ଡିଆର ସେଲିବ୍ରିଟି ତଥା ଲୋକସମ୍ପର୍କ ବିଭାଗର ଉପାଧ୍ୟକ୍ଷ ସଚିନ ବଙ୍ଗେରା କହିଛନ୍ତି, ଅଭିନୟ ଜଗତରୁ ଆସି ପଶୁ ଅଧିକାର ପାଇଁ ଲଢେଇ କରୁଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ରିତେଶ ଦେଶମୁଖ ପ୍ରମାଣ କରିଛନ୍ତି ଯେ ସେମାନେ ପ୍ରକୃତରେ ଜଣେ ଜଣେ ସୁପରଷ୍ଟାର। ପଶୁମାନଙ୍କ ପ୍ରତି ଦୟାଭାବ ରଖିବା ସବୁଠାରୁ ଭଲ ଗୁଣ ବୋଲି ସେମାନେ ବିଶ୍ୱକୁ ଦର୍ଶାଇଥିବାରୁ ପେଟା ଇଣ୍ଡିଆ ତାଙ୍କୁ ସମ୍ମାନିତ କରି ଆନନ୍ଦିତ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.