Latest Odisha News

BREAKING NEWS

୧୪ ବର୍ଷ ପରେ ଚେନ୍ନାଇର ଅଧିନାୟକ ପଦ ଛାଡିଲେ ଧୋନୀ, ଜାଡେଜା ନେବେ ନେତୃତ୍ୱ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଆଉ ହାତ ଗଣତି ଦିନ ବାକିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ସ୍ୱତଃ ଛାଡିଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ହାସଲ କରିଛି । ୧୪ ବର୍ଷ ହେବ ଧୋନୀ ଅଧିନାୟକ ପଦ ସମ୍ଭାଳିଥିଲେ ।

BjdElectrycity

ଚେନ୍ନାଇ ଏହି ସିଜନ ପାଇଁ ଧୋନୀଙ୍କୁ ୧୨ କୋଟି ଏବଂ ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ରିଟେନ କରିଥିଲା । ୨୧୩ ମ୍ୟାଚରେ ଧୋନୀ ଦଳର ନେତୃତ୍ୱ ନେବା ସହ ୧୩୦ ମ୍ୟାଚରେ ବିଜୟୀ କରାଇଥିଲେ । ୨୬ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚାମ୍ପିୟନ ଚେନ୍ନାଇ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.