ଭୁବନେଶ୍ୱର: ବାବ୍ରି ମସ୍ଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉସ୍କାଉଛନ୍ତି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ସେ ଆହୁରି କହିଛନ୍ତି ଯେ, ବାବର ଭାରତକୁ ଆକ୍ରମଣ କରିଥିଲେ, ସେ ଆତଙ୍କବାଦୀ ଥିଲେ । ତାଙ୍କ ନାଁରେ ନିର୍ମାଣ ହୋଇଥିବା ଧର୍ମପୀଠର ପୁନଃ ନିର୍ମାଣ ପାଇଁ ଜମି ଦିଆଯିବା ଉଚିତ ନୁହେଁ । ବାବରକୁ ସମ୍ମାନ ଦେଇ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ଏକ ବିଭାଜନ ସୃଷ୍ଟି କରିବ । କାରଣ ଅଯୋଧ୍ୟାରେ ଯେଉଁ ସ୍ଥିତି ତାହା ଆଗକୁ ମଥୁରା ଓ ବାରାଣସୀରେ ବି ସୃଷ୍ଟି ହେବ । ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି ।
ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେବା ସହ ମସଜିଦ ନିର୍ମାଣ ମଧ୍ୟ ପାଇଁ କହିଛନ୍ତି । ଏଥିପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇ ଦିଆଯିବ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.