ଭୁବନେଶ୍ୱର: ବାବ୍ରି ମସ୍ଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉସ୍କାଉଛନ୍ତି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ସେ ଆହୁରି କହିଛନ୍ତି ଯେ, ବାବର ଭାରତକୁ ଆକ୍ରମଣ କରିଥିଲେ, ସେ ଆତଙ୍କବାଦୀ ଥିଲେ । ତାଙ୍କ ନାଁରେ ନିର୍ମାଣ ହୋଇଥିବା ଧର୍ମପୀଠର ପୁନଃ ନିର୍ମାଣ ପାଇଁ ଜମି ଦିଆଯିବା ଉଚିତ ନୁହେଁ । ବାବରକୁ ସମ୍ମାନ ଦେଇ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜାଗା ଦେବା ଏକ ବିଭାଜନ ସୃଷ୍ଟି କରିବ । କାରଣ ଅଯୋଧ୍ୟାରେ ଯେଉଁ ସ୍ଥିତି ତାହା ଆଗକୁ ମଥୁରା ଓ ବାରାଣସୀରେ ବି ସୃଷ୍ଟି ହେବ । ସରକାର ଏହି ନିଷ୍ପତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି ।
ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେବା ସହ ମସଜିଦ ନିର୍ମାଣ ମଧ୍ୟ ପାଇଁ କହିଛନ୍ତି । ଏଥିପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇ ଦିଆଯିବ ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.