Latest Odisha News

‘ମୁସଲମାନମାନଙ୍କ କଲ୍ୟାଣ ପାଇଁ ମୁଁ ମୋ ବାପାଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବି’

ବିଶାଖାପାଟନମ୍: ଆଜି (ଶନିବାର) ଏକ ସାଧାରଣସଭାକୁ ସମ୍ବୋଧିତ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ କହିଛନ୍ତି ଯେ, ମୁସଲମାନମାନଙ୍କ କଲ୍ୟାଣ ପାଇଁ ସେ ତାଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ରାଜାଶେଖର ରେଡ୍ଡୀଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବେ ।

BjdElectrycity

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁସଲମାନମାନଙ୍କ କଲ୍ୟାଣ ପାଇଁ ଯଦି ମୋ ବାପା ଗୋଟିଏ ପାଦ ଆଗେଇଛନ୍ତି, ତେବେ ମୁଁ ଗର୍ବର ସହିତ ଦୁଇଟି ପାଦ ଆଗେଇବି । ଜାତୀୟ ଶିକ୍ଷା ଦିବସ ଅବସରରେ ଏହି ରାଲିର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଏହି ଦିବସକୁ ଦକ୍ଷିଣ ଭାରତରେ ସଂଖ୍ୟାଲଘୁ କଲ୍ୟାଣ ଦିବସ ଭାବରେ ପାଳନ କରାଯାଇଥାଏ ।

ପିଟିଆଇ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ୨୦୧୯ ରେ ଯୁବଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (ଓ୍ବାଏସଆରସିପି) କ୍ଷମତାକୁ ଆସିବା ପରେ ମୁସଲମାନ ସମ୍ପ୍ରଦାୟରେ ରାଜନୈତିକ, ଅର୍ଥନୈତିକ ଏବଂ ମହିଳା ସଶକ୍ତିକରଣ ଭଳି ଅନେକ ବଡ଼ ପରିବର୍ତ୍ତନ କରାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପିତା ହେଉଛନ୍ତି ପ୍ରଥମ ଯିଏକି ଦେଶର ଗରିବ ମୁସଲମାନମାନଙ୍କ ପାଇଁ ଆରକ୍ଷଣ ଲାଗୁ କରିଥିଲେ ।

ସିଏମ ରେଡ୍ଡୀ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ କେହି ହେଲେ ଜଣେ ମୁସଲମାନ ନେତାଙ୍କୁ ମନ୍ତ୍ରୀ କରାଯାଇ ନ ଥିବାବେଳେ ତାଙ୍କ ସରକାରରେ ସେ ଜଣେ ମୁସଲମାନ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । ତାଙ୍କ ଅଭିଭାଷଣ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ଶାସନ ଏବଂ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟରେ ପାର୍ଥକ୍ୟ ଖୋଜିବାକୁ ଆହ୍ବାନ ଦେଇଛନ୍ତି ।

Leave A Reply

Your email address will not be published.