Latest Odisha News

ମାର୍ଶଙ୍କ ବିସ୍ଫୋରକ ଶତକ, ବାଂଲାଦେଶକୁ ୮ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ପୁଣେ: ବିଶ୍ୱକପ କ୍ରିକେଟରେ ଶନିବାର ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ ୮ ୱିକେଟ ବିନିମୟରେ ୩୦୬ ରନ କରିଥିଲା । ତୌହିଦ ହୃଦୋୟ ୭୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଜମୁଲ ଶାନ୍ତୋ ୪୫ ଓ ଲିଟନ ଦାସ ୩୬ ରନ କରିଥିଲେ । ଶାନ ଆବୋଟ୍ଟ ଓ ଆଡାମ ଜାମ୍ପା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୩୦୭ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୪.୪ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ମାର୍ଶ ୧୭୭ ଓ ଷ୍ଟିଭ ସ୍ମିଥ ୬୩ ରନ କରି ଅପରାଜିତ ରହିଥିଲେ । ଡେଭିଡ ୱାର୍ଣ୍ଣର ୫୩ ରନର ଇନିଂସ ଖେଳିଥିଲେ ।

ବାଂଲାଦେଶ ପକ୍ଷରୁ ଟସ୍କିନ ଅହମ୍ମଦ ଓ ମୁସ୍ତାଫିଜୁର ରହେମାନ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ୯ ମ୍ୟାଚରୁ ୧୪ ପଂଏଟ ହାସଲ କରି ସେମିରେ ପ୍ରବେଶ ସହ ରାଉଣ୍ଡ ରବିନ ଲିଗ ପର୍ଯ୍ୟାୟ ଶେଷ କରିଛି । ବାଂଲାଦେଶ ୯ ମ୍ୟାଚରୁ ୪ ପଂଏଟ ପାଇଁ ବିଦାୟ ନେଇଛି ।

Leave A Reply

Your email address will not be published.