ପୁରୀ: ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବ୍ୟଙ୍ଗ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଜଣେ ଧଳା ଲୁଗା ପିନ୍ଧିଥିବା ସ୍ତ୍ରୀ ଲୋକ ଜଗନ୍ନାଥଙ୍କର ହାତକୁ ଧରି ଟାଣି ଟାଣି ପୁରି ବଡ ଦେଉଳରୁ ଦିଘା ଜଗନ୍ନାଥ ମନ୍ଦିରକୁ ଯାଉଛନ୍ତି । ଏହି ଫଟୋ ବ୍ୟତୀତ ବଙ୍ଗଳା ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି ।
ଏହି ବ୍ୟଙ୍ଗ ଚିତ୍ରଟି କିଏ ଆଙ୍କିଛି ତାର ତଥ୍ୟ ଜଣାପଡ଼ିନଥିବାବେଳେ, ଏଥିରେ ବଙ୍ଗଳା ଭାଷାରେ ଲେଖାଯାଇଥିବାରୁ ପଶ୍ଚିମବଙ୍ଗର କେହି ଆଙ୍କିଥିବା ଅନୁମାନ କରାଯାଇଛି । ଏହା ସହ ଫଟୋରେ ଥିବା ସ୍ତ୍ରୀ ଲୋକ ଜଣକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୋଲି କୁହାଯାଉଛି ।
ଉକ୍ତ ବ୍ୟଙ୍ଗ ଚିତ୍ରରେ ଲେଖାଯାଇଛି ଯେ, ‘ଚାଲ,ଏଖୁନୀ ଦିଘାୟ ଚାଲ୍’ ସେପଟେ ପ୍ରତ୍ୟୁତ୍ତରରେ ଶ୍ରୀଜଗନ୍ନାଥ କହୁଛନ୍ତି,’ ପ୍ଲିଜ୍ ଆମାକେ କ୍ଷମା କରେ ଦାଓ ପ୍ଲିଜ୍ । ସେହି କାର୍ଟୁନରେ ତଳେ ଲେଖାଯାଇଛି ‘ସାରା ଜୀବନ୍ ମାସିର୍ ବାଡି ତେଇ ଗେଲି, ଏବାର ପିସିର୍ ବାଡି ଥାକବି ଚଲ’ ଅର୍ଥାତ ସାରା ଜୀବନ କେବଳ ମାଉସୀ ଘରକୁ ଗଲ,ଏବେ ପିଉସୀ ଘରେ ରହିବ ଚାଲ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବ୍ୟଙ୍ଗ ଚିତ୍ରକୁ ନେଇ ସାରା ଓଡ଼ିଶାରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜଗନ୍ନାଥ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Comments are closed.