Latest Odisha News

BREAKING NEWS

[ଭିଡ଼ିଓ] ମହାପ୍ରଭୁଙ୍କ ପାଇଁ ପଦ୍ମ ତୁଳସୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ । ବର୍ଷକୁ ଥରେ ହେଉ ପଛେ ଦର୍ଶନ କରିବାକୁ ଦଉଡି ଆସିଥାଏ ଭକ୍ତଟିଏ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଶ୍ରୀକ୍ଷେତ୍ରରେ ।

ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ କିଛି ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିଲେ । ମହାପ୍ରଭୁଙ୍କ ପାଇଁ ସୁବର୍ଣ୍ଣପୁରରୁ ପାଦରେ ଚାଲି ଚାଲି ଆସି ପହଂଚିଥିଲେ ପୁରୀରେ । ସାଥିରେ ଥିଲା ତୁଳସୀ ଆଉ ଫୁଲ । ଏକାଦଶୀ ତିଥିରେ ମହାପ୍ରଭୁ ଏହି ଫୁଲ ତୁଳସୀରେ ସଜେଇ ହେବେ ।
ଭାବଭକ୍ତି ନେଇ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଆସି ଦିଅଁଙ୍କୁ ତୁଳସୀ ପଦ୍ମ ଅର୍ପଣ କରିବା ସହ ଦିଅଙ୍କୁ ଦର୍ଶନ କରିଥିଲେ ।

Leave A Reply

Your email address will not be published.