Latest Odisha News

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଫେରାଇ ନେଲେ ଜଗନ୍ନାଥ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଫେରାଇ ନେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ । ଗତ ୨୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ ।

ତେବେ ସେହିଦିନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ କୁଡୁମୀ ନେତ୍ରୀ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ । ଦଳୀୟ ସମର୍ଥନ, ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ସେ ରାଜ୍ୟସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ହେଲେ ଏହା ପରେ ପରେ ସ୍ବାଧୀନ ଭାବେ ନାମାଙ୍କନ ଭରିଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଯାହାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ବିରୋଧୀ ଏହାକୁ ବିଜେପି ଦୁଇ ଫାଳର ଆଖ୍ୟା ଦେଇଥିବା ବେଳେ କିଛି ରାଜନୀତି ବିଶେଷଜ୍ଞ ଏହାକୁ ବିଜେପିର ଡମି ପ୍ରାର୍ଥୀ ବୋଲି ଦର୍ଶାଇଥିଲେ । ଆଉ ଆଜି ସେ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି ।

ଏହାକୁ ନେଇ ଜଗନ୍ନାଥ କହିଛନ୍ତି, ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ମୁଁ ନାମାଙ୍କନ ଦାଖଲ କରିଥିଲି । ଆଉ ଆଜି ଦଳର ନିଷ୍ପତ୍ତି ଅନୁସାରେ ନାମାଙ୍କନ ପ୍ରତ୍ୟାହାର କଲି । ଏହା ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତି ଥିଲା । ପାର୍ଟିର ଶୃଙ୍ଖଳିତ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ଭାବେ ମୁଁ ଖାଲି ଦଳୀୟ ନିଷ୍ପତ୍ତି ପାଳନ କରିଛି । ଯାହାକି ଦଳର ଆଭ୍ୟନ୍ତରୀଣ ଷ୍ଟ୍ରାଟେଜୀ ଥିଲା ।

ତେବେ କହିରଖୁଛୁ, ଭୁବନେଶ୍ବର ମଧ୍ୟରେ ବହୁବାର ବିଧାୟକ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଚଳିତ ସାଧାରଣ ନିର୍ବାଚନରେ ମାତ୍ର ୩୭ରେ ଭୋଟରେ ପରାଜୟ ବରଣ କରିଥିଲେ ।

Comments are closed.