Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଜାରି ରହିଛି ବିଶୋଧନ ପ୍ରକ୍ରିୟା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଦିନ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି। ପୂର୍ବ ନିଷ୍ପତି ଅନୁଯାୟୀ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି।

ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି।

ସୂଚନା ଅନୁଯାୟୀ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ନୂଆ ଏସଓପିକୁ ଲାଗୁ କରାଯିବ। ଏଥିପାଇଁ ରାଜ୍ୟ ବାହାରର ଦର୍ଶନାର୍ଥୀ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି। ରାଜ୍ୟ ବାହାରର ଭକ୍ତ ମାନେ ଆରଟିପିସିଆର୍ କୋଭିଡ ନେଗେଟିଭ ସାର୍ଟିଫିକେଟ କିମ୍ବା ଟୀକାର ଦୁଇଟି ଡୋଜ ର ପ୍ରମାଣ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ।

 

 

Comments are closed.