Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ମାମଲାରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କରିଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ପକ୍ଷରୁ ଆଇନଜୀବୀ ଶ୍ୱେତକେତୁ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଶଙ୍କରାଚାର୍ଯ୍ୟ ମନ୍ଦିର ସମ୍ପର୍କୀତ ମାମଲାରେ ପକ୍ଷଭୁକ୍ତ ହେବାଲାଗି ଆପେକ୍ସ କୋର୍ଟରେ ଆବେଦନ କରିଥିଲେ । ପରେ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ଶଙ୍କରାଚାର୍ଯ୍ୟ ଚାହିଁଲେ ମନ୍ଦିର ସମ୍ପର୍କୀତ ମାମଲାରେ କେବଳ ପରାମର୍ଶ ଦେଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏହି ମାମଲାର ଶୁଣାଣୀକୁ ଆପେକ୍ସ କୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.