Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୧୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଅପରାହ୍ନ ୫ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଟକ ଓ ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଭଦ୍ରକ, କନ୍ଧମାଳ, ଯାଜପୁର, ଜଗତସିଂହପୁର, ନୟାଗଡ, ଗଜପତି, ରାୟଗଡା, କେନ୍ଦୁଝର, କଳାହାଣ୍ଡି ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.