Latest Odisha News

ଜଗତସିଂହପୁର ଜିଲ୍ଲା ରାଜ୍ୟ ‘ବାଣୀକ୍ଷେତ୍ର’ ଭାବେ ଘୋଷିତ 

ଜଗତସିଂହପୁର: ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ରାଜ୍ୟ ‘ବାଣୀକ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ମୌଖିକ ଭାବେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ସମ୍ବୋଧିତ କରାଯାଉଥିଲା । କିନ୍ତୁ ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ଏହାକୁ ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଏହାସହ ଜଗତସିଂହପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନର ନବକଳେବର କରାଯାଇଛି । ଏହାକୁ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ନାମିତ କରାଯାଇଛି । ଏନେଇ ପୂର୍ବରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ । ଏହାକୁ ସରକାର ଗ୍ରହଣ କରିଛନ୍ତି । ଖୁବ୍‌ କମ୍‌ ଦିନ ଭିତରେ ଏହା ଲୋକର୍ପିତ ହେବାକୁ ଯାଉଛି ।

Comments are closed.