Latest Odisha News

BREAKING NEWS

ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଘରେ ପୋଲିସ ରେଡ୍‌

ଜଗତସିଂହପୁର: ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା। ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଘରେ ପୋଲିସ ରେଡ୍‌। ଧନିପୁର ବସ୍ତିରେ ଥିବା ଘରେ ଚାଲିଛି ପୋଲିସର ସର୍ଚ୍ଚ ଅପରେସନ୍। ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓଙ୍କ ସହ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ସରକାରୀ ଜାଗା, ବେଆଇନ୍ ମଦ୍ରାସା, ନକଲି ଆଧାର କାର୍ଡ । ବାଂଲାଦେଶୀଙ୍କ ସର୍ଦ୍ଦାର ସାଜିଥିଲା ସିକନ୍ଦର ଆଲାମ । ବାଂଲାଦେଶରୁ ଗଳା ବାଟରେ ଲୋକଙ୍କୁ ଭାରତ ଆଣୁଥିଲା, ଜଗତସିଂହପୁରରେ ଥଇଥାନ କରୁଥିଲା ।

ବେହେରାମପୁର ଓ ସାତପୁରା ଧନିପୁରରେ ସୋମବାର ପ୍ରଶାସନ ଚଢ଼ାଉ କରି ବେଆଇନ୍ ନିର୍ମାଣ ଭାଙ୍ଗିଛି । ହେଲେ ଖସି ପଳାଇଛି କାର୍ପଟଦାର ସିକନ୍ଦର ଆଲାମ । ପୂର୍ବରୁ ମର୍ଚ୍ଚାଣ୍ଟ ନ୍ୟାଭିରେ ଥିବା ସିକନ୍ଦର ୫ଟି ଦେଶରୁ ଆଣି ସେଠାରେ ମଦ୍ରାସା ଚଳାଉଥିଲା । ଏବେ ସେ ଫେରାର୍ ଥିବାବେଳେ ପୋଲିସ ତାକୁ ଧରିବାକୁ ଆରମ୍ଭ କରିଛି ଚଢ଼ାଉ ।

ମୁଖ୍ୟ କାର୍ପଟଦାର ସିକନ୍ଦରକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିଛି । ଏକାଧିକ ଟିମ୍ ଗଠନ ହୋଇଛି ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଧରିବାକୁ । ସିକନ୍ଦରର ପାସପୋର୍ଟ ବାତିଲ୍ ସହ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିବାକୁ ପୋଲିସ ପଦକ୍ଷେପ ନେଉଥିହା କହିଛନ୍ତି ଏସ୍‌ପି । ସେହିଭଳି ବାଂଲାଦେଶରୁ ବାଂଲାଦେଶୀ କେଉଁ ରାସ୍ତାରେ ଆସୁଥିଲେ, ଜଳପଥରେ ନା ସ୍ଥଳ ପଥରେ ସେମାନଙ୍କୁ ଜଗତସିଂହପୁର ଅଣାଯାଇଛି ସେନେଇ ତଦନ୍ତ ଚାଲିଛି ।

ନକଲି ଆଧାର କାର୍ଡ ନେଇ ତନାଘନା ଚଳାଇଛି ପୋଲିସ । ପଶ୍ଚିମବଙ୍ଗରେ ନାଁ ଓଡ଼ିଶାର କେଉଁଠି ନକଲି ଆଧାର ତିଆରି ହୋଇଛି ସେ ନେଇ ଛାନଭିନ୍ କରାଯାଉଥିବା ଏସ୍‌ପି କହିଛନ୍ତି । ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇପାରେ । ଧନିପୁରରେ ବେଆଇନ ଭାବେ ରହୁଥିବା ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ସେମାନେ କେଉଁଠି ନକଲି ଆଧାର କାର୍ଡ ପ୍ରସ୍ତୁତ କରିଥିଲେ ସେନେଇ ପଚରାଉଚରା କରାଯାଉଛି । ସୂଚନା ମିଳିବା ପରେ ପୋଲିସ ସେଠାରେ ବି ରେଡ୍ କରିବ ବୋଲି ଜଣାପଡ଼ିଛି ।

 

Comments are closed.