Latest Odisha News

ଓପିସିସି ଉପ-ସଭାପତି ଭାବେ ନିଯୁକ୍ତ ହେଲେ ଜଜ୍ଞେଶ୍ଵର ବାବୁ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତା ଜଜ୍ଞେଶ୍ଵର ବାବୁଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଉପ-ସଭାପତି ଭାବେ ନିଯୁକ୍ତ କରିଛି ।

ପୂର୍ବତନ ବିଧାୟକ ତଥା ଓଡ଼ିଶା ଜନମୋର୍ଚ୍ଚା (ଓଜେଏମ)ର ସାଧାରଣ ସମ୍ପାଦକ ଜଜ୍ଞେଶ୍ଵର ବାବୁ ମାର୍ଚ୍ଚ ୧୩ ତାରିଖରେ କଂଗ୍ରେସରେ ଯୋଗଦାନ କରିଥିଲେ । ସେ ପୂର୍ବତନ ରାଜ୍ୟସଭା ସଦସ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ । ପ୍ୟାରୀମୋହନ ୨୦୧୨ ମସିହାରେ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାରକୁ ଭାଙ୍ଗିବା ଲାଗି ପ୍ରୟାସ କରି ଅସଫଳ ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଥିଲେ ।

ସେହିପରି ଦଳ ଜ୍ଞାନଦେବ ବେହୁରାଙ୍କୁ ଓପିସିସି ସାଧାରଣ ସମ୍ପାଦକ ରୂପେ ନିଯୁକ୍ତ କରିଛି ।

Leave A Reply

Your email address will not be published.