Latest Odisha News

BREAKING NEWS

ନିର୍ବାଚନ ଖର୍ଚ୍ଚ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ବିକିବେ ନିଜ କିଡନୀ !

ଗୌହାଟୀ : ଆସାମର ଜଣେ ଯୁବକ ଆଗାମୀ ଲୋକସଭା ନିର୍ବାଚନ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି । ତେବେ ନିର୍ବାଚନ ଲାଗି ଅର୍ଥରାଶି ଯୋଗାଡ କରିବା ପାଇଁ ସେ ନିଜ କିଡନୀ ବିକିବେ ବୋଲି କହିଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ଆସାମର ମୋଦତୀ ଗ୍ରାମର ସୁକୁର ଅଲ୍ଲୀ ଜାତୀୟ ଗଣମାଧ୍ୟମ ଏଏନଆଇକୁ ସୂଚନା ଦେଇ ସେ କହିଛନ୍ତି, ଯଦି ମୁଁ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ କରିବାରେ ଅସଫଳ ହୁଏ ତେବେ ଅର୍ଥ ଯୋଗାଡ କରିବା ପାଇଁ ମୁଁ ନିଜ କିଡନୀ ବିକ୍ରି କରିବାକ ପଛଘୁଞ୍ଚା ଦେବୀ ନାହିଁ ।

ଶିବଲି ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରିବା ପାଇଁ ଅଲ୍ଲୀ ନିଜ ଜମି ମଧ୍ୟ ବିକ୍ରି କରିଥିଲେ, ଏପରିକି ସେହି ପୋଲ ନିର୍ମାଣ କାର୍ଯ୍ୟରେ ସେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ ।

ଏହି ୨୬ ବର୍ଷିୟ ସୁକୁର ବେକାର ଥିବା ବେଳେ ସେ ପୂର୍ବରୁ ମାଗଣାରେ ନୌକା ଚାଳକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ରାଜନୈତିକ ଦଳମାନେ ନିଜର ସ୍ୱାର୍ଥ ହାସଲ ଲାଗି କାମ କରୁଥିବା କଥା ମୁଁ ପିଲାବେଳୁ ଦେଖିଆସୁଛି । କେହିବି ଜନସାଧାରଣଙ୍କୁ ସାହାର୍ଯ୍ୟ ତଥା ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି । ମୁଁ ଏହି ପରମ୍ପରା ଭାଙ୍ଗିବାକୁ ଚାହୁଛି । ଯଦିଓ ଏଥିଲାଗି ମୋତେ କିଡନୀ ବିକ୍ରି କରିବାକୁ ପଡିଲେ ମଧ୍ୟ ମୁଁ ସଙ୍କୋଚ କରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ତାଙ୍କ ଅଞ୍ଚଳରେ ପରିବହନ ଓ ଜଳ ସମସ୍ୟା ରହିଥିବାରୁ ସେମାନେ ଏପରି ଏକ ବ୍ୟକ୍ତିଙ୍କୁ ଚୟନ କରିବାକୁ ଚାହୁଁଛନ୍ତି ଯିଏ ତାଙ୍କ ଏହିସବୁ ଅସୁବିଧାର ସମାଧାନ କରିପାରିବ, ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଏପ୍ରିଲ ୧୧, ୧୮ ଓ ୨୩ ତାରିଖରେ ଆସାମରେ ୫ଟି ଲୋକସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ଭୋଟ୍ ଗଣତି ମେ ୨୩ ତାରିଖରେ ହେବ ।

Leave A Reply

Your email address will not be published.