Latest Odisha News

BREAKING NEWS

ଓସ୍କାର ୟୁ ଟ୍ୟୁବ ଚ୍ୟାନେଲରେ ସ୍ଥାନ ପାଇଲା ଜୟ ଭୀମର ଏକ ଦୃଶ୍ୟ

ମୁମ୍ବାଇ: ଚର୍ଚ୍ଚିତ ଏବଂ ବିବାଦୀୟ ଜୟ ଭୀମ ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଙ୍ଗଳବାର ଏହି ଫିଲ୍ମର ଏକ ଦୃଶ୍ୟ ଓସ୍କାରର ୟୁ ଟ୍ୟୁବ ଚ୍ୟାନେଲରେ ସ୍ଥାନ ପାଇଛି । ୨ଡି ଏଂଟରଟେନମେଂଟ ପକ୍ଷରୁ ଏ ନେଇ ସୋସିଆଲ ସାଇଟରେ ସୂଚନା ଦିଆଯାଇଛି । ଏହା ଆମ ପାଇଁ ଗର୍ବର ବିଷୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଟିଜେ ଜ୍ଞାନଭାଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଡଃ ଭୀମରାଓ ଆମ୍ବେଡକରଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମର ଅନେକ ଦୃଶ୍ୟ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସୁରିୟା ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା । ଆମାଜନ ପ୍ରାଇମ ଭିଡିଓରେ ଏହା ୨ ନଭେମ୍ବର ୨୦୨୧ରେ ରିଲିଜ ହୋଇଥିଲା । ପ୍ରଥମ ଫିଲ୍ମ ଭାବେ ଆଇଏମଡି ରେଟିଂରେ ୯.୫ ସ୍କୋର ପାଇଥିଲା ।

Comments are closed, but trackbacks and pingbacks are open.