Latest Odisha News

BREAKING NEWS

ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି ଟିନା ଓ ଅଥର

ଜୟପୁର: ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି ଟିନା ଓ ଅଥର। ଜୟପୁରର ପରିବାର କୋର୍ଟ ଉଭୟଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। ନଭେମ୍ବର ୨୦୨୦ରେ ଉଭୟ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଦୁଇ ବର୍ଷ ବିବାହ ପରେ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ପାଇଁ ଆବେଦନ କରିଥିଲେ।

୨୦୧୫ ୟୁପିଏସ୍‌ସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ଅଥର ଖାନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଟିନା ଦାବି ଏବଂ ଅତ୍‌ହର୍‌ ଖାନ ରାଜସ୍ଥାନ କ୍ୟାଡରର ଅଧିକାରୀ ଏବଂ ବର୍ତ୍ତମାନ ଜୟପୁରରେ ତାଙ୍କର ପୋଷ୍ଟିଂ ହୋଇଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୋର୍ଟ ଉଭୟଙ୍କୁ ଛାଡପତ୍ର ଦେଇଛନ୍ତି।

୨୦୧୬ ମସିହାରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କାଶ୍ମୀରରେ ଦୁହିଁଙ୍କର ବେଶ୍ ଆଡମ୍ବର ସହକାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବହୁ ବରିଷ୍ଠ ନେତା ମଧ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.