Latest Odisha News

BREAKING NEWS

[ଭିଡ଼ିଓ] ନୂଆ ଟେଷ୍ଟରେ ମିରିଣ୍ଡା ଫ୍ଲେଭର ଗୁପ୍ ଚୁପ୍

ଭୁବନେଶ୍ୱର: ରାସ୍ତା କଡ଼ରେ ମାଳ ମାଳ ଷ୍ଟ୍ରିଟ ଫୁଡ୍ । ଆଉ ଏହି ଷ୍ଟ୍ରିଟ୍ ଫୁଡ୍ ଆମ ମାନଙ୍କର ବହୁତ ପସନ୍ଦ । ଆମେ ସାଧାରଣତ ମାର୍କେଟରେ ମସଲା ଗୁପ୍ ଚୁପ୍ ଖାଇବାକୁ ବେଶ୍ ପସନ୍ଦ କରୁ। ଆଳୁ ମସଲା ସାଙ୍ଗକୁ ବିଭିନ୍ନ ଖଟା ଫ୍ଲେଭରର ଗୁପ୍ ଚୁପ୍ ପ୍ରାୟ ସମସ୍ତଙ୍କ ପସନ୍ଦ । ହେଲେ ଆଜିକାଲି ଏମିତିି କିଛି ନୂଆ ଟେଷ୍ଟର ଗୁପଚୁପ୍ ଟ୍ରାଏ କରିବାକୁ ଲୋକେ ଭୁଲୁ ନାହାନ୍ତି ।

ଯେମିତି ଏଠାରେ ମିଳୁଥିବା ଗୁପଚୁପ୍ ରେ ଖଟା ପାଣି ବଦଳରେ ଭର୍ତ୍ତି ହେଉଛି ମିରିଣ୍ଡା ‘କୋଲ୍ଡ ଡ୍ରିଙ୍କସ୍ । ଗୁପଚୁପ୍ ଆଳୁ ମସଲା ସହିତ ମିରିଣ୍ଡା ଫ୍ଲେବର। ଦିଲ୍ଲୀ ରାଜରାସ୍ତାରେ ଷ୍ଟ୍ରିଟ ଫୁଡ ବ୍ୟବସାୟୀ ମାନେ ଏହି ନୂଆ କୋଲ୍ଡ ଡ୍ରିଙ୍କ୍ ମିଶା ଗୁପଚୁପ୍ ତିଆରି ବେଶ୍ ଚର୍ଚ୍ଚାରେ ଆସିଛନ୍ତି । ତେବେ ଏହାର ଟେଷ୍ଟ କିଛି ଅଲଗା ଥିବା ବେଳେ ଖାଇବା ଲୋକ ମାନେ ବି ଏହାକୁ ବେଶ୍ ପସନ୍ଦ କରୁଛନ୍ତି ।

ଅଲଗା ଟେଷ୍ଟ ଆଉ ଅଲଗା ଫ୍ଲେଭର ବାଲା ଗୁପଚୁପ୍ ଖାଇବାକୁ ବେଶ୍ ଭିଡ ବି ଜମୁଛି । ତେବେ ଗୁପଚୁପର ଚାହିଦା ବଢିବା ସହିତ ମିରିଣ୍ଡା ମିଶା ଏହି କୋଲ୍ଡଡ୍ରିଙ୍କ୍ସ ବାଲା ଗୁପଚୁପର ଭିଡ଼ିଓ ବି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Comments are closed.