Latest Odisha News

BREAKING NEWS

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା, ମାମୁଁ-ଭାଣିଜୀ ମୃତ

ଅନୁଗୁଳ : ଅନୁଗୁଳ ବାଳୁଅକଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ଟାଉନ୍‌ ଥାନା ରାଣିଗୋଡା ଗାଁର ପପୁ ସାହୁ ଓ ତାଙ୍କ ଭାଣିଜୀ ।

BjdElectrycity

ସୂଚନା ଅନୁସାରେ, ପପୁ ବାଇକରେ ବନ୍ତଳା ଅଞ୍ଚଳରୁ ନିଜ ଭାଣିଜୀଙ୍କୁ ନେଇ ଅନୁଗୁଳ ଆସୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅଟୋ ସହ ଧକ୍କା ହୋଇଥିଲା । ଅଟୋର ଚାଳକ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପପୁ ଓ ତାଙ୍କ ଭାଣିଜୀଙ୍କର ମୃତ୍ୟୁ ହୋଇଥିଲା । ଅଟୋ ଚାଳକ ଓ ପପୁଙ୍କ ସହ ଥିବା ୨ ମହିଳା ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଉଭୟ ପାର୍ଶ୍ବରୁ ଗାଡି ଚଳାଚଳ ବନ୍ଦ ରହିଛି ।

Leave A Reply

Your email address will not be published.