Latest Odisha News

BREAKING NEWS

ଭାରତ- ପାକିସ୍ତାନ ବିବାଦ ଭିତରେ ହଟିଲା ମିଠାରୁ ‘ପାକ୍’ ନାଁ

ଜୟପୁର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ କ୍ରୋଧ ଏବେ ବେଶୀ ବଢିଛି । ଆଉ ଅପରେସନ ସିନ୍ଦୁର ପରେ ଦେଶପ୍ରେମର ଭାବନା ଆହୁରି ଦୃଢ଼ ହୋଇଯାଇଛି । ଲୋକେ ଏବେ ପ୍ରତିଟଇ ଭାରତୀୟ ମନରେ ପାକିସ୍ତାନ ପାଇଁ କେବଳ ଘୃଣା ହିଁ ଘୃଣା କରିରହିଛି । ଗୋଟେ ପଟେ କେନ୍ଦ୍ର ସରକାର ପାକିସ୍ତାନକୁ ଏବେ, ହାତରେ ନମାରି ଭାତରେ ଜବାବ ଦେଇଥିବା ବେଳେ ଦେଶବାସୀ ମଧ୍ୟ ପାକିସ୍ତାନ ପ୍ରତି ତାଙ୍କର ଅସନ୍ତୋଷ ଜାହିର କରୁଛନ୍ତି । ଏହାରି ଭିତରେ ଜୟପୁର ମିଠା ସଂଘ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଜୟପୁରର ସବୁଠୁ ପ୍ରସିଦ୍ଧ ମିଠା ନାମରୁ ‘ପାକ୍’ ଶବ୍ଦକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା । ଏବେ ଏହି ମିଠାଗୁଡ଼ିକର ନାମରେ ‘ପାକ୍’ ଜାଗାରେ ‘ଶ୍ରୀ’ ଶବ୍ଦ ବ୍ୟବହାର କରାଯିବ ବୋଲି କହିଛି ସଂଘ । ଯେପରି ଗୋଣ୍ଡ ପାକକୁ ଏବେ ଗୋଣ୍ଡ ଶ୍ରୀ ଏବଂ ମହୀଶୂର ପାକକୁ ଏବେଠୁ ମହୀଶୂର ଶ୍ରୀ କୁହାଯିବ ।

ସଂଘ ପକ୍ଷରୁ ଏଭଳି ଘୋଷଣା କରାଯିବା ପରେ, ପୂର୍ବରୁ ଦୋକାନଗୁଡ଼ିକରେ ‘ମୋତି ପାକ୍’, ‘ଆମ ପାକ୍’, ‘ଗୁଣ୍ଡ ପାକ୍’, ‘ମହୀଶୂର ପାକ୍’ ଭଳି ନାମ ଲେଖା ଲେଖୁଥିଲା ବେଳେ ଏବେ ଅନେକ ଦୋକାନରେ ପରିବର୍ତ୍ତନ କରାଯାଉଛି। ମିଠାଗୁଡ଼ିକୁ ‘ମୋତି ଶ୍ରୀ’, ‘ଆମ ଶ୍ରୀ’, ‘ଗୁଣ୍ଡ ଶ୍ରୀ’, ‘ମହୀଶୂର ଶ୍ରୀ’ ନାମରେ ନାମିତ କରାଯାଉଛି।

ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, ଗ୍ରାହକମାନେ ପ୍ରତିଦିନ ଆସି ନାମ ପରିବର୍ତ୍ତନ କରିବାକୁ କୁହନ୍ତି। ସେ ଆଉ ‘ପାକ୍’ ଶବ୍ଦ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଏହା ପରେ ଆମେ ଦଳ ସହିତ କଥା ହେଲୁ ଏବଂ ଏକ ସ୍ଥାନୀୟ ନାମ ରଖିବାକୁ ଚିନ୍ତା କଲୁ। ଏଥିରେ ଆମେ ‘ବିକାନେରୀ ମୋତି ପାକ୍’ କୁ ‘ବିକାନେରୀ ମୋତି ଶ୍ରୀ’, ‘ସିଲଭର ଭାସମ ପାକ’ କୁ ‘ଚାନ୍ଦି ଭସ୍ମ ଶ୍ରୀ’ ଏବଂ ‘ସ୍ୱର୍ଣ୍ଣ ଭାସମ ପାକ’ ନାମରେ ନାମିତ କରିଛୁ। ଦୋକାନକୁ ଆସୁଥିବା ଲୋକମାନେ ଏହି ପରିବର୍ତ୍ତନକୁ ଏକ ଦେଶପ୍ରେମର ଇଙ୍ଗିତ ଭାବରେ ଦେଖୁଛନ୍ତି। ସେହିପରି ଅନ୍ୟଜଣେ ବ୍ୟବସାୟୀ କହିଛନ୍ତି, ଏଣିକି ‘ଶ୍ରୀ’ କିମ୍ବା ‘ଭାରତ’ ନାମଟି ଆପଣଙ୍କ ପାଟିକୁ ମିଠା କରିବ ।

ତେବେ ଏଭଳି ପରିବର୍ତ୍ତନ କେବଳ ଜୟପୁରରେ ନୁହେଁ, ସହର ବାହାର ବ୍ୟବସାୟୀ ମଧ୍ୟ ସମର୍ଥନ ଜଣାଇଛନ୍ତି । ମୁମ୍ବାଇର ବ୍ୟବସାୟୀ ମଧ୍ୟ ଖୁବଶୀଘ୍ର ମିଠାର ନାମ ‘ପାକ୍’ ବଦଳରେ ‘ଶ୍ରୀ’ କିମ୍ବା ‘ଭାରତ’ ଲେଖିବେ ବୋଲି କହିଛନ୍ତି ।

Comments are closed.