ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଅଧିକାରୀମାନେ ୟଙ୍ଗ ଇଣ୍ଡିଆରେ ହୋଇଥିବା କାରବାର ସମ୍ପର୍କରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କୁ ପ୍ରାୟ ସାତ ଘଣ୍ଟା ଧରି ଜେରା କରିଥିଲେ। ଦଳର ଅନ୍ୟ ଜଣେ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ସଂସଦ ଅଧିବେଶନରେ ଦଳୀୟ ନେତାଙ୍କୁ ଇଡି ସମନ କରିଥିଲା। ଆଜି ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନା କରିବାର ଥିଲା। କିନ୍ତୁ ଏସବୁ ନକରାଇଦେବାକୁ ଶାସକ ଦଳ ହୀନ ପ୍ରୟାସ କରୁଛି ବୋଲି ସେ କହିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ଆଜି ଅପରାହ୍ନରେ ହାଜର ହେବାକୁ ଇଡି କହିଥିଲା। ସଂସଦରେ ଏହାକୁ ନେଇ ଅସନ୍ତୋଷ ଝାଡିଥିଲେ ମଲ୍ଲିକାର୍ଜୁନ ଖାଡଗେ । ପରେ ଇଡି ଜେରାର ସାମ୍ନା କରିଛନ୍ତି ଖାଡଗେ। କୁହାଯାଉଛି ଯେ ତାଙ୍କୁ ୟଙ୍ଗ ଇଣ୍ଡିଆ ଲିମିଟେଡରେ ହୋଇଥିବା କାରବାର ସମ୍ପର୍କରେ ପଚରାଯାଇଥିଲା। ଇଡିର ପଚରାଉଚରା ଶେଷ ହେବାର ପ୍ରାୟ ସାତ ଘଣ୍ଟା ପରେ ସେ ବାହାରକୁ ଆସିଥିଲେ।
କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ମୋଦୀ ସରକାର ଉପରେ ଜୋରଦାର ଆକ୍ରମଣ କରିଛି। ଅନ୍ୟପଟେ ଏହି ମାମଲାରେ ହାଓ୍ୱାଲା ଟ୍ରାଞ୍ଜାକସନର ଲିଙ୍କ ଇଡି ପାଇଥିବା ସୂଚନା ରହିଛି।
Comments are closed.