Latest Odisha News

ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ହାର୍ଟ ଆଟାକ

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ହାର୍ଟ ଆଟାକ। ଆଫଗାନିସ୍ତାନର ଖୋଷ୍ତ ପ୍ରଦେଶରେ ଆତଙ୍କବାଦୀଙ୍କୁ ତାଲିମ ଦେଉଥିବା ବେଳେ ହୃଦଘାତ ହୋଇଥିବା କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ମସୁଦ ଅଜହର ବର୍ତ୍ତମାନ କରାଚିରେ ଥିବା ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର କଡା ସୁରକ୍ଷା ମଧ୍ୟରେ ଚିକିତ୍ସା ଚାଲିଛି।

ଜୈଶ-ଏ-ମହମ୍ମଦ (ଜେଇଏମ) ମୁଖ୍ୟ ମସୁଦ ଅଜହର ସଂଯୁକ୍ତ ରାଷ୍ଟ୍ରର ଜଣେ ଜଣାଶୁଣା ଆତଙ୍କବାଦୀ ଅଟେ ଏବଂ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ଯ ଅଟେ। ପାକିସ୍ତାନ ସରକାର ଏବଂ ସେନା ସବୁବେଳେ ମସୁଦଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଆସୁଛି। ତେବେ ଭାରତ ବହୁଥର ଅନ୍ତର୍ଜାତୀୟ ସ୍ତରରେ ମସୁଦକୁ ପାକିସ୍ତାନରେ ସୁରକ୍ଷା ମିଳିବା ପ୍ରସଙ୍ଗ ମଧ୍ଯ ଉଠାଇଛି।

Comments are closed.