Latest Odisha News

BREAKING NEWS

ଖଲିସ୍ତାନ ସମର୍ଥକଙ୍କ କାର୍ଯ୍ୟକଳାପ ଭାରତର ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଇବ: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଖଲିସ୍ତାନ ପ୍ରସଙ୍ଗରେ କାନାଡାକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଖଲିସ୍ତାନ ସମର୍ଥକଙ୍କ ଉପରେ କାନାଡାର ପ୍ରତିକ୍ରିୟା ଭୋଟ୍ ବ୍ୟାଙ୍କ ରାଜନୀତିରେ ଅନୁପ୍ରାଣିତ ହୋଇଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯଦି ଖଲିସ୍ତାନ ସମର୍ଥକଙ୍କ କାର୍ଯ୍ୟକଳାପ ଭାରତର ଜାତୀୟ ସୁରକ୍ଷା ଏବଂ ଅଖଣ୍ଡତା ଉପରେ ପ୍ରଭାବ ପକାଇବ, ତେବେ ସେ ଏହାର କଡ଼ା ଜବାବ ଦେବେ।

ଏକ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଖଲିସ୍ତାନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକାଂଶରେ ପ୍ରଭାବିତ ହୋଇଛି। ଖଲିସ୍ତାନ ପ୍ରସଙ୍ଗରେ କାନାଡା କିପରି ମୁକାବିଲା କରିବ ତାହା ଆମ ପାଇଁ ଚିନ୍ତାର ବିଷୟ ହୋଇଛି। କାରଣ ଏହା ସ୍ପଷ୍ଟ ଭାବେ ଜଣାପଡିଛି ଯେ କାନାଡା ଭୋଟ୍ ବ୍ୟାଙ୍କ ରାଜନୀତିରେ ଅନୁପ୍ରାଣିତ ହୋଇଛି। ଜୟଶଙ୍କର କହିଛନ୍ତି ଯେ ଆମେ ତାଙ୍କୁ ଏହା ସ୍ପଷ୍ଟ କରିଛୁ ଯେ ଯଦି କାନାଡାରେ ଏପରି କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଏ, ଯାହା ଆମର ଆଞ୍ଚଳିକ ଅଖଣ୍ଡତା ଏବଂ ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ, ତେବେ ଏହାର ସଠିକ୍ ଉତ୍ତର ଦିଆଯିବ। ସୂଚନାଥାଉକି ଯେ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ କାନାଡାର ଟ୍ରୁଡୋ ସରକାର ଉପରେ କଡ଼ା ସମାଲୋଚନା କରିଥିଲେ।

ସୂଚନାଥାଉକି, ଖାଲିସ୍ତାନର ସମର୍ଥକମାନେ ନିକଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଉତ୍ସବ ପାଳନ କରିବାକୁ କାନାଡା ସରକାରଙ୍କଠାରୁ ଅନୁମତି ମାଗିଥିଲେ। ଏଥିସହିତ ସରକାର ଏହାର ଅନୁମତି ଦେଇଥିଲେ। ଭାରତ ଏହାକୁ ନେଇ ତୀବ୍ର ଆପତ୍ତି ଉଠାଇଥିଲା। ଏପରିକି ସେହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ କାନାଡା ସରକାରଙ୍କ ଏଭଳି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ କରୁଛି।

Leave A Reply

Your email address will not be published.