Latest Odisha News

BREAKING NEWS

ବ୍ରାହ୍ମଣୀ ନଦୀରେ ମାତିଛି ମଣିଷ ଖିଆ କୁମ୍ଭୀର, ଗୋଟିଏ ମାସରେ ଗଲାଣି ୩ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ । ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା ମଣିଷ ଖିଆ କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା।

ଖବର ଅନୁଯାୟୀ, ଆଜି ସକାଳେ ଘାଗରାଡିହା ଗାଁର ୫୫ ବର୍ଷୀୟ ଗଙ୍ଗାଧର ତରାଇ ଶୌଚ ହେବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ନଦୀରେ ଶୌଚ ହେବା ସମୟରେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଗଙ୍ଗାଧରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମାତ୍ର ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି କିନ୍ତୁ ଏପର୍ଯ୍ୟନ୍ତ ବ୍ୟକ୍ତିଙ୍କ କୌଣସି ସନ୍ଧାନ ମିଳିନି ।

Leave A Reply

Your email address will not be published.