Latest Odisha News

ଚୀନକୁ ଭାରତର ଉଚିତ୍ ଜବାବ, ସୀମାରେ ଥିବା ଭିତ୍ତିଭୂମିକୁ ସୁଦୃଢ଼ କରିଛି ସରକାର: ଜୟଶଙ୍କର

ନୂଆଦିଲ୍ଲୀ: ଚୀନକୁ କଡ଼ା ଜବାବ ଦେବା ପାଇଁ ସୀମା ଭିତ୍ତିଭୂମିରେ ଭାରତ ଅଭୁତପୂର୍ବ ଅଗ୍ରଗତି କରିଛି। ଦୁର୍ଗମ ଅଞ୍ଚଳରେ ସଡ଼କ, ଟନେଲ, ବ୍ରିଜ୍ ନିର୍ମାଣ କରାଯାଇଛି। ଯାହା ଦ୍ୱାରା ସୁରକ୍ଷା ବାହିନୀ ଦ୍ରୁତଗତିରେ ଯାତାୟାତ କରି ଶତ୍ରୃ ଉପରେ ନଜର ରଖିପାରିବେ। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି ଯେ ସୀମା ଭିତ୍ତିଭୂମି ବିକାଶ ପାଇଁ ପ୍ରତିରକ୍ଷା, ଗୃହ, ବୈଦେଶିକ ବ୍ୟାପାର ଏବଂ ଅନ୍ୟାନ୍ୟ ମନ୍ତ୍ରଣାଳୟ ପରସ୍ପର ସହ ସମନ୍ୱୟ ରଖି ଭଲ କାର୍ଯ୍ୟ କରୁଛନ୍ତି। ଦେଶର ସୀମାକୁ ମଜବୁତ କରାଯାଉଛି।

ବର୍ଡର ରୋଡ୍ ଅର୍ଗାନାଇଜେସନ୍ (ବିଆରଓ) ମଧ୍ୟ ବେସରକାରୀ କମ୍ପାନୀଗୁଡିକ ସହିତ ମିଶି କାର୍ଯ୍ୟ କରୁଛି। ଯାହା ଦ୍ୱାରା ସମସ୍ତ ପ୍ରକାରର ଜ୍ଞାନକୌଶଳର ଲାଭ ଉଠାଯାଇପାରିବ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ସୀମା ଅଞ୍ଚଳରେ ଆମ ସେନାର ଗତିବିଧିକୁ ସହଜ କରାଯାଇଛି। ସେମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଶୀଘ୍ର ଯାତାୟତ କରିପାରିବେ। ସୀମାରେ ରହୁଥିବା ଲୋକମାନେ ମଧ୍ୟ ଏହି ସୁବିଧା ଉଠାଇ ପାରିବେ। ବିଆରଓ ତିନି ବର୍ଷରେ ୨୪୪୫ କିଲୋମିଟର ରାସ୍ତା ନିର୍ମାଣ କରିଛି। ଚୁସୁଲଠାରୁ ଡେମଚୋକ୍ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରାସ୍ତା ନିର୍ମାଣ କରାଯାଇଛି। ଅନେକ ଟନେଲ୍ ମଧ୍ୟ ତିଆରି କରାଯାଇଛି। ପୂର୍ବରୁ ଏକ ବର୍ଷରେ ଟନେଲ ତିଆରି କରାଯାଇଥିଲା। ବର୍ତ୍ତମାନ ଏହାର ସଂଖ୍ୟା ବୃଦ୍ଧି ହୋଇ ୫ ରୁ ୭ଟି ଟେନେଲ ତିଆରି ହେଉଛି। ଆଉ ୭ଟି ଟନେଲ ତିଆରି କରିବାର ଯୋଜନା ରହିଛି।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ୧୯୦୦୦ ଫୁଟ ଉଚ୍ଚରେ ସରକାର ବିଶ୍ୱର ସର୍ବୋଚ୍ଚ ଅଞ୍ଚଳରେ ଏକ ସଡ଼କ ନିର୍ମାଣ କରିଛନ୍ତି। ଲଦାଖର ଡେମଚୋକ ଅଞ୍ଚଳରେ ୭୦ ଟି ସଡ଼କ ଏବଂ ୧୮୦୦ କିଲୋମିଟର ପର୍ଯ୍ୟନ୍ତ ସଡ଼କ ନିର୍ମାଣ କରାଯାଇଛି। ଚୀନ୍ ପ୍ରସଙ୍ଗରେ କିଏ କେତେ ଗମ୍ଭୀର ଅଛି, କିଏ କେଉଁ ବୟାନ ଦେଇଛି, ସେସବୁ ଜରୁରୀ ନୁହେଁ। ବର୍ତ୍ତମାନ ଗ୍ରାଉଣ୍ଡର ପରିସ୍ଥିତି କ’ଣ ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ଯେ ସୀମାର ସୁରକ୍ଷା ପାଇଁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଦୀ ସରକାର ସୀମାରେ ଥିବା ଭିତ୍ତିଭୂମିକୁ ମଜବୁତ କରିଛନ୍ତି। ଏଥିପାଇଁ ୧୪୩୦୦ କୋଟି ବଜେଟ୍ ଆବଣ୍ଟନ କରାଯାଇଥିଲା। ୨୦୧୪ ଠାରୁ ଏହାର ବଜେଟ୍ ୪୦୦ ପ୍ରତିଶତ ବୃଦ୍ଧି କରାଯାଇଛି।

Comments are closed.