Latest Odisha News

BREAKING NEWS

କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ

ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୦ହଜାର ଜଳ ନିଷ୍କାସିତ ହେଉଛି ।

ଏବେ ମୁଣ୍ଡଳିରେ ୪ଲକ୍ଷ ୫୦ହଜାର କ୍ୟସେକ ଜଳ ପ୍ରବାହିତ ହେଉଛି । ଜଳସ୍ତର କମୁଥିବାରୁ ଏବେ ମହାନଦୀର ତଳମୁଣ୍ଡ କି ଉପରମୁଣ୍ଡରେ ବନ୍ୟା ଭୟ ନାହିଁ । ଏବେ ହୀରାକୁଦର ଆଉ ଗେଟ୍ ଖୋଲାଯିବନି । ଆସନ୍ତା ୯ ତାରିଖ ସୁଦ୍ଧା ହୀରାକୁଦ ଜଳ ସ୍ତର ୬୧୫ ଫୁଟ ତଳକୁ ଖସିଯିବ । ପାଣି ଖସିଲେ ଧିରେ ଧିରେ ଗେଟ ବନ୍ଦ କରାଯିବ ।

ତେବେ ଆଜି ପ୍ରାୟତଃ ଅଞ୍ଚଳରେ ପାଣି ଖସିବାର ସମ୍ଭାବନା ଅଛି । ତେବେ କେବଳ ଉତ୍ତର ଓଡ଼ିଶାକୁ ଆଜି ବର୍ଷା ନେଇ ସତର୍କତା ଜାରି କରାଯାଇଛି । ତେଣୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରଖାଯାଇଛି । ଅତ୍ୟଧିକ ବର୍ଷା ହେଲେ ଜଳ ସମ୍ପଦ ଅଧିକାରୀମାନଙ୍କୁ ସେଠାକୁ ପଠାଯିବ ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

Leave A Reply

Your email address will not be published.