Latest Odisha News

ଜୟଶଙ୍କରଙ୍କୁ ଭେଟିଲେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ, କହିଲେ ସୀମାରେ ଶାନ୍ତି.. 

ନୂଆଦିଲ୍ଲୀ: ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରାଯାଇଛି।

ସେ ସୋମବାର ଦିନ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବା ନେଇ ସୂଚନା ମିଳିଛି। ଏହାକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶ ପୂର୍ବରୁ ଖରାପ ସମୟ ଦେଇ ଗତି କରିସାରିଛି କିନ୍ତୁ ବର୍ତ୍ତମାନ୍ ଭାରତ-ଚୀନ୍ ସେ ସବୁକୁ ପଛରେ ପକାଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ତେବେ ୱାଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିବା ନେଇ ଚର୍ଚ୍ଚା ଚାଲିଛି।

ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଏକ ବୈଠକରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଭାରତରେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ପ୍ରମୁଖ ପ୍ରାଥମିକତା ଅଟେ। ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ହୋଇ ଏକ ସ୍ଥିର, ସହଯୋଗପୂର୍ଣ୍ଣ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ସମ୍ପର୍କ ଗଢିବା ଏହାର ମୂଳ ଉଦ୍ଦେଶ୍ୟ। ତେବେ ଭାରତ ଏବଂ ଚୀନ୍ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ୨୪ତମ ପର୍ଯ୍ୟାୟ ଆଲୋଚନା ପାଇଁ ଚୀନର ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରାଯାଇଛି।

ତେବେ ଗତ ଅକ୍ଟୋବର ୨୦୨୪ରେ କାଜାନରେ ଭାରତର ନେତାମାନେ ଭେଟିବା ପରେ ଏହା ଚୀନ୍ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ବିଶ୍ୱର ଦୁଇଟି ବୃହତ୍ତମ ଦେଶ ଏକାଠି ହେବା ପରେ ଆନ୍ତର୍ଜାତିକ ପରିସ୍ଥିତି ଉପରେ ଆଲୋଚନା ହେବା ସ୍ୱାଭାବିକ ବୋଲି ମଧ୍ୟ ସେ କହିଥିଲେ।ଉଭୟ ଦେଶ ଏକ ନିରପେକ୍ଷ, ସନ୍ତୁଳିତ ପରିବେଶ ଆଶା କରୁଛନ୍ତି। ତେବେ ବର୍ତ୍ତମାନର ପରିବେଶରେ ବିଶ୍ୱ ଅର୍ଥନୀତିରେ ସ୍ଥିରତା ବଜାୟ ରଖି ଏହାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏସବୁ ମଧ୍ୟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସଦ୍ଭାବ ବଜାୟ ରଖିବା ସହ ଜିଜାଙ୍ଗ ସ୍ୱୟଂଶାସିତ ଅଞ୍ଚଳରେ ଅବସ୍ଥିତ କୈଳାସ ମାନସରୋବର ଏବଂ ମାପାମ ୟୁନ୍ ସୋ ହ୍ରଦ ଗସ୍ତକୁ ପୁନଃ ଆରମ୍ଭ କରିଛି। ତେବେ ଚୀନ୍-ଭାରତ ସମ୍ପର୍କରେ ଉନ୍ନତି ଏବଂ ବିକାଶର ଗତିକୁ ମଜବୁତ କରିବା କୁ ପଦକ୍ଷେପ ନେଇଥିବା ୱାଙ୍ଗ କହିଛନ୍ତି।

 

Comments are closed.