Latest Odisha News

BREAKING NEWS

ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ବୟାନର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି ଯେ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ମାନବାଧିକାର ପ୍ରସଙ୍ଗ ଆଲୋଚନା ହୋଇନି। କିନ୍ତୁ ଯେଉଁ ମାନବାଧିକାର ପ୍ରସଙ୍ଗ ଉଠିଛି ତାର ଜବାବ ସଠିକ ଫୋରମରେ ଭାରତ ଦେବ । ଏଥିପାଇଁ ଭାରତ କେବେ ସଙ୍କୋଚ କରିବ ନାହିଁ ।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଭାରତକୁ ନେଇ ଲୋକଙ୍କ ମତାମତ ରହିବ ଉଚିତ। ଏଥିରେ କୌଣସି ଅସୁବିଧା ନାହିଁ । ଆମେରିକା ସମେତ ଅନ୍ୟାନ୍ୟ ଦେଶର ମାନବାଧିକାର ସ୍ଥିତି ନେଇ ମଧ୍ୟ ଆମେ ଆମର ମତ ରଖିଛୁ।

ସେ କହିଛନ୍ତି, ଆମ ବିଷୟରେ ଲୋକଙ୍କର ମତ ରଖିବାର ଅଧିକାର ରହିଛି। ସେମାନଙ୍କ ଲବି ଓ ଭୋଟ୍ ବ୍ୟାଙ୍କ୍ ବିଷୟରେ ମଧ୍ୟ ଆମେ ମତାମତ ରଖି ପାରିବା। ଆମେରିକାରେ ମାନବାଧିକାର ପ୍ରସଙ୍ଗରେ ମଧ୍ୟ ଭାରତ ଚିନ୍ତିତ। ବିଶେଷ କରି ଯେତେବେଳେ ଆମ ସମାଜର କଥା ଉଠେ। ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ବୈଠକରେ ମାନବାଧିକାର ପ୍ରସଙ୍ଗରେ ଆଲୋଚନା ହୋଇନି, ବୈଠକ ପରେ ଏକ ପ୍ରେସମିଟରେ ଏହା ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ କହିଥିଲେ ଯେ, ଭାରତ ଉପରେ ଆମେରିକାର ନଜର ରହିଛି। ନିକଟରେ ଭାରତରେ ଘଟିଥିବା କିଛି ଘଟଣା ଉପରେ ଆମେରିକା ନଜର ରଖିଛି। ଯେଉଁଥିରେ କିଛି ସରକାରୀ, ପୋଲିସ ଏବଂ ଜେଲ ଅଧିକାରୀଙ୍କ ଜରିଆରେ ମାନବାଧିକାର ଉଲ୍ଲଙ୍ଘନ ବୃଦ୍ଧି ପାଉଛି। ଯାହାର ଜବାବ ଦେବାକୁ ଯାଇ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ମନ୍ତ୍ରୀସ୍ତରୀୟ ବୈଠକରେ ମାନବାଧିକାର ପ୍ରସଙ୍ଗ ଉଠିନାହିଁ।

Leave A Reply

Your email address will not be published.