Latest Odisha News

କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦରେ କଣ୍ଠଶିଳ୍ପୀ ବିଧୁଭୂଷଣ ତ୍ରିପାଠୀ ସମ୍ମାନିତ

କଟକ: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ଲୋକନୃତ୍ୟ ପରିବେଷଣ ହୋଇଥିଲା ।

ଉତ୍ସବରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । କେନ୍ଦ୍ରାପଡ଼ାର କଣ୍ଠଶିଳ୍ପୀ ବିଧୁଭୂଷଣ ତ୍ରିପାଠୀଙ୍କୁ ସ୍ମାର୍ଟ ଓଡ଼ିଶା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଧୁଭୂଷଣଙ୍କ ଉତ୍ସବରେ ପରିବେଷିତ ସଂଗୀତ ଉଚ୍ଚକୋଟୀର ବୋଲି ଉପସ୍ଥିତ ଅତିଥି ଗଣ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ ।

ବିଶ୍ୱଦେବ ସମାଜର ଅଧ୍ୟକ୍ଷ କଳାଭୂଷଣ ପ୍ରଶାନ୍ତ କୁମାର କର, ପ୍ରଫେସର ଗୋପାଳ କର, ସମାଜସେବୀ ଗାୟତ୍ରୀ ଦେବୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ସାମିଲ ଥିଲେ ।
ସମ୍ମାନିତ ଅନ୍ୟ ପ୍ରତିଭା ମାନେ- ଶିବରାମ ସାବତ, ପଣ୍ଡିତ ଶ୍ୟାମ ସୁନ୍ଦର ବାଘ, ପୁରୁଷୋତ୍ତମ ସାହୁ, ଫକୀର ଚରଣ ମାର୍ଥା ପ୍ରମୁଖ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପରିଷଦର ଉପସଭାପତି ଡ. ପ୍ରଭଞ୍ଜନ ପତି ।

Leave A Reply

Your email address will not be published.