Latest Odisha News

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ, ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ପର୍ଥ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୩୪ ରନର ଟାର୍ଗେଟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଏହାର ଜବାବରେ ଘରୋଇ ଦଳ ୩ ୱିକେଟ ହରାଇ ୧୨ ରନ କରି ବିପଦରେ ପଡିଛି । ଉସମାନ ଖ୍ୱାଜା ୩ ରନ କରି ଅପରାଜିତ ରହିଛି । ଅଧିନାୟକ ଯଶପ୍ରୀତ ବୁମରାହ ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ୧୦୪ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଏହାର ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୬ ୱିକେଟ ବିନିମୟରେ ୪୮୭ ରନ କରି ଇନିଂସ ଘୋଷଣା କରିଥିଲା । ବିରାଟ କୋହଲି ଓ ଯଶସ୍ୱୀ ଜୈସୱାଲ ଶତକ ହାସଲ କରିଥିଲେ । ଯଶସ୍ୱୀ ୧୬୧ ରନର ଚମତ୍କାର ଇନିଂସ ଖେଳିଥିବା ବେଳେ କୋହଲି ମହାନ ବ୍ୟାଟ୍ସମ୍ୟାନ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଅତିକ୍ରମ କରିଛନ୍ତି ।

ବ୍ରାଡମ୍ୟାନ ୨୯ ଶତକ ମାରିଥିବା ବେଳେ କୋହଲିଙ୍କ ଶତକ ସଂଖ୍ୟା ୩୦ରେ ପଂହଚିଛି । ଅଷ୍ଟ୍ରେଲିଆରେ ଏହା ତାଙ୍କର ୮ମ ଶତକ । ଅନ୍ୟମାନଙ୍କ ମଧ୍ୟରେ କେଏଲ ରାହୁଲ ୭୭ ଓ ନୀତିଶ ରେଡ୍ଡୀ ୩୮ ରନ କରିଥିଲେ । କୋହଲିଙ୍କ ପୂର୍ବରୁ ଭାରତର ସଚିନ ତେନ୍ଦୁଲକର(୫୧), ରାହୁଲ ଡ୍ରାଭିଡ(୩୬) ଓ ସୌରଭ ଗାଙ୍ଗୁଲି(୩୪) ୩୦ରୁ ଅଧିକ ଶତକ ମାରିଛନ୍ତି ।

Leave A Reply

Your email address will not be published.