Latest Odisha News

BREAKING NEWS

 ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଗାଲେ ଟେଷ୍ଟରେ ଭାରତୀୟ ଟିମ୍ ୧୬୫ ରନ୍‌ର ବିରାଟ ବିଜୟ ହାସଲ କରିଥିଲେ ବି ୟଙ୍ଗ୍ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଏକ ବଡ଼ ଦୁର୍ବଳତା ସାମ୍ନାକୁ ଆସିଛି । କଟ୍ ସଟ ଖେଳିବା ଚକ୍କରରେ ଯଶସ୍ୱୀ ବାରମ୍ବାର ଅଫ୍‌-ଷ୍ଟମ୍ପ ବାହାରେ ନିଜ ୱିକେଟ୍ ହରାଉଛନ୍ତି । ପରିସଂଖ୍ୟାନ ଅନୁଯାୟୀ, ଗତ କିଛି ସିଜନରେ ଅଫ୍‌-ଷ୍ଟମ୍ପ ବାହାରେ ଫାଷ୍ଟ ବୋଲରଙ୍କ ବିପକ୍ଷରେ କଟ୍ ସଟ୍ ଖେଳିବାକୁ ଯାଇ ସେ ୨୭ଟି ବଲ୍ ଭିତରେ ୪ ଥର ଆଉଟ୍ ହୋଇସାରିଛନ୍ତି । ଅଗଷ୍ଟ ୨୩ରୁ କୋଲମ୍ବୋର ଏସ୍‌ଏସ୍‌ସି ଗ୍ରାଉଣ୍ଡରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ, ଏହି ବଡ଼ ମ୍ୟାଚ୍ ପୂର୍ବରୁ ଯଶସ୍ୱୀ ନିଜର ଏହି ଦୁର୍ବଳତାକୁ ସୁଧାରିବା ପାଇଁ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି ।

କୋଲମ୍ବୋ ନେଟ୍ସ ସେସନ୍‌ରେ ଭାରତୀୟ ଫାଷ୍ଟ ବୋଲର (ଆକିବ ନବୀ, ଗୁରନୂର ବରାର ଓ ପ୍ରସିଦ୍ଧ କ୍ରିଷ୍ଣା) ଜାଣିଶୁଣି ଅଫ୍ ଷ୍ଟମ୍ପ ବାହାରେ ବୋଲିଂ କରି ଯଶସ୍ୱୀଙ୍କୁ କଟ୍ ସଟ୍ ଖେଳିବା ପାଇଁ ଲୋଭେଇବାକୁ ଚେଷ୍ଟା କରିଥିଲେ ।  ଯଶସ୍ୱୀ ଧୈର‌୍ୟ୍ୟର ସହ ଅଫ୍‌-ଷ୍ଟମ୍ପ ବାହାରେ ଯାଉଥିବା ବଲ୍‌ଗୁଡ଼ିକୁ ଛାଡ଼ିବା ଏବଂ ସଠିକ୍ ଟାଇମିଂ ପ୍ରାକ୍ଟିସ୍ କରିଥିଲେ ।  ଅଭ୍ୟାସ ସମୟରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଯଶସ୍ବୀଙ୍କ ସହ ଶଟ୍ ସିଲେକ୍ସନ୍ ନେଇ ଦୀର୍ଘ ସମୟ କଥାବାର୍ତ୍ତା ହୋଇଥିଲେ । ପେସରଙ୍କୁ ୩୦ ମିନିଟ୍ ସାମ୍ନା କରିବା ପରେ ସେ ସ୍ପିନରଙ୍କ ବିପକ୍ଷରେ ବି ସ୍ୱତନ୍ତ୍ର ଅଭ୍ୟାସ କରିଥିଲେ ।

Leave A Reply

Your email address will not be published.