Latest Odisha News

BREAKING NEWS

ଯାଜପୁର ଦୁର୍ଘଟଣା, ଆଇସିୟୁରେ ଅଛନ୍ତି ୫ଜଣ

ଯାଜପୁର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଓଲଟିବା ଘଟଣାରେ ଏଯାବତ୍ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଇସିୟୁରେ ୫ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି କୁଳସଚିବ ଡ.ଅବିନାଶ ରାଉତ । ଡ.ଅବିନାଶଙ୍କ କହିବା ଅନୁସାରେ, ଗତକାଲି ଯେଉଁ ୪୬ ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୧୪ ଜଣ ଅସ୍ଥିଶଲ୍ୟ ବିଭାଗରେ ରହିଥିବା ବେଳେ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେପଟେ ଚିକିତ୍ସା ପରେ ୨୭ ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮.୩୦ ମିନିଟରେ ଯାଜପୁର ଏନଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ବସ୍‌ଟି ପୁରୀରୁ ପଶ୍ଚିମବଙ୍ଗ ଯାଉଥିଲା । ଗାଡିରେ ୫୧ ଜଣ ଯାତ୍ରୀଥିଲେ। ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ପୋଲିସ୍‌ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଏସସିବିରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ କିଭଳି ଏତେ ବଡ ଦୁର୍ଘଟଣା ଘଟିଲା ସେ ନେଇ ଏବେ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.