ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିରେ କୌଣସି ସୁଧାର ଆସୁନି । ପୁଣି ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ବୋଲି ଜଣାପଡିଛି । ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୁଖ୍ୟ ଚିକିତ୍ସାଳୟରେ ୮୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଜନସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟରେ ୪୧ଜଣଙ୍କର ଝାଡ଼ା ନମୁନା ପରୀକ୍ଷା ପରେ ୮ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା । ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଯାଜପୁର ଗସ୍ତରେ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସେପଟେ, କେନ୍ଦ୍ରାପଡ଼ାକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ମୃତକ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତର ଶ୍ୟାମସୁନ୍ଦର ପୁରର ସଜନୀ ମଲ୍ଲିକ ।
ସେହିପରି କଟକ ଜିଲ୍ଲାକୁ ବ୍ୟାପିଛି ଡାଇରିଆ । ବାଙ୍କୀ ଘୋଳପୁର ଗାଁରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଗାଁରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୧୩ ଜଣ ଆକ୍ରାନ୍ତ କଟକ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩୦ରୁ ଅଧିକ ଆକ୍ରାନ୍ତଙ୍କୁ ଗାଁରେ ଚିକିତ୍ସା ଚାଲିଛି ।
ଏହି ପ୍ରରିପେକ୍ଷୀରେ ଆଜି ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଆଇସିଏମଆର, ଏନସିଡିସି, ଡବ୍ଲୁଏଚଓ ଭଳି ସଂସ୍ଥାର ସଦସ୍ୟ ଟିମ୍ରେ ରହିବେ ଏହି ୧୪ ଜଣିଆ ଟିମରେ ରହିବେ ।
Comments are closed.