Latest Odisha News

BREAKING NEWS

ଅମ୍ଫାନ ମୁକାବିଲା: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଯାହା ଆଜି ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଆସନ୍ତା ୧୮ ତାରିଖ ରାତିରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି ।

ଏଥିପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ସାରକାର । ତେବେ ଏହି ବାତ୍ୟା ମୁକାବିଲା ନେଇ ଯାଜପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ଥୁତି । ଜିଲ୍ଳାରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ।

ବିନା ଅନୁମତିରେ କେହି ହେର୍ଡକ୍ୱାଟର ନ ଛାଡିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହ ପ୍ରତ୍ୟେକ ନିୟନ୍ତ୍ରଣ କକ୍ଷକୁ ଦିନରାତି କାର୍ଯ୍ୟକ୍ଷମ କରିବା, ଲୋକମାନଙ୍କୁ ଜରୁରୀ ସୂଚନା ଦେବା, ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ଲୋକମାନଙ୍କ ରହିବା ଉପଯୋଗି କରି ରଖିବା ଓ ସମସ୍ତ ମୌଳିକ ସୁବିଧା ସୁଯୋଗକୁ ସୁନିଶ୍ଚିତ କରି ରଖିବାକୁ ସମସ୍ତ ୧୦ଟି ବ୍ଲକର ବିଡିଓ, ତହସିଲଦାର ଓ ଜରୁରୀକାଳିନ ବିଭାଗ ଗୁଡିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ମାନଙ୍କରେ ଆବଶ୍ୟକ ବ୍ୟବସ୍ଥା ସହ ବିଦ୍ୟୁତ୍ ସରବରାହ ସଂସ୍ଥା, ମେଡିକାଲ ଓ ଅନ୍ୟ ଜରୁରୀକାଳିନ କାର୍ଯ୍ୟାଳୟ ଗୁଡିକୁ ସଜାଗ ରହିବାକୁ କୁହାଯାଇଛି । ଏଭଳି ପରିସ୍ଥିତିରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନିଜ କାର୍ଯ୍ୟାଳୟ ଆସି ଦିଆଯାଇଥିବା ଦାଇତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.