Latest Odisha News

BREAKING NEWS

ଆଉ ଓଡ଼ିଶା ରାସ୍ତାରେ ଚାଲିବେନି ପ୍ରବାସୀ ଶ୍ରମିକ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏବେ ଆଉ ଓଡ଼ିଶାରେ ରାସ୍ତାରେ ଚାଲିବେନି ପ୍ରବାସୀ ଶ୍ରମିକ । ସରକାରଙ୍କ ନିଷ୍ପତ୍ତି ପରେ ଏହି ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଯଦି କୌଣସି ଶ୍ରମିକଙ୍କୁ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳେ ତେବେ ତାଙ୍କୁ ପୋଲିସ ଉଠାଇନେବ । ତାଙ୍କୁ ସ୍ୱତନ୍ତ୍ର ସ୍କ୍ରିନିଂ ସେଂଟରରେ ନେଇ ଯାଂଚ କରାଯିବ । ନେଗେଟିଭ ଆସିଲେ ସେମାନଙ୍କ ରାଜ୍ୟକୁ ଫେରାଇ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଗୋଟିଏ ରାଜ୍ୟରୁ ଏହିପରି ୪୦ ଜଣ ନେଗେଟିଭ ଚିହ୍ନଟ ହେଲେ ସେମାନଙ୍କୁ ଓଏସଆରଟିସିର ବସରେ ପଠାଇବା ପାଇଁ ବନ୍ଦୋବସ୍ତ କରାଯିବ । ଗାଡି ଚଳାଚଳ ବନ୍ଦ ଥିବାରୁ ଏମାନଙ୍କୁ ଶହ ଶହ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି । ତେବେ ଏଣିକି ଆଉ ଶ୍ରମିକଙ୍କୁ ଚାଲିଚାଲି ଯିବାକୁ ପଡିବନାହିଁ । ବସ ମାଧ୍ୟରେ ଶ୍ରମିକଙ୍କୁ ନିଜ ଅଂଚଳରେ ଶ୍ରମିକଙ୍କୁ ଛଡାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଖାଦ୍ୟ ପାନୀୟ ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ନିଜ ଅଂଚଳରେ ଛଡାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.