Latest Odisha News

BREAKING NEWS

କରୋନା ସମୟରେ ଦେଶର ମା’ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଭଳି ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି । ଶନିବାର ଦିନ ଦେଶର ୧ ହଜାରରୁ ଅଧିକ ଉଜ୍ଜଳା ଲଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, ଉଜ୍ଜଳା ଯୋଜନାକୁ ସଫଳତାପୂର୍ବକ ୪ ବର୍ଷ ପୂର୍ତ୍ତି ହୋଇଛି । ଏହାରି ଭିତରେ ଏହି ଯୋଜନା ମାଧ୍ୟରେ ପ୍ରାୟ ୮ କୋଟିରୁ ଅଧିକ ହିତାଧିକାରୀଙ୍କ ଘରେ ଗ୍ୟାସ ପହଂଚିପାରିଛି । ମହାମାରୀ ଯୋଗୁ ଚାରିଆଡେ ତାଲାବନ୍ଦ ପଡିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ୩ଟି ସିଲିଣ୍ଡର ଗ୍ୟାସ ଯୋଗାଯାଉଛି ।

ବାହାର ରାଷ୍ଟ୍ରରୁ ଅଧିକ ଏଲପିଜି ଆମଦାନୀ କରାଯାଇଛି । ଦେଶରେ ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରାଯାଉଛି । ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ତଥା ସମସ୍ତଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି । ସମସ୍ତେ କରୋନା ଆହ୍ୱାନର ମୁକାବିଲା କରିବାରେ ଲାଗିଛନ୍ତି । ଏଥିସହ ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀ, ଗ୍ୟାସ ବିରତଣ ସଂସ୍ଥାର କର୍ମଚାରୀ, ଡେଲିଭରି ବୟଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜଳା ହିତାଧିକାରୀମାନଙ୍କୁ ଘରେ ମାସ୍କ ପ୍ରସ୍ତୁତ କରି ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ହାତ ଧୋଇବା ଓ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତି ଅବସରରେ ଏହି ଭିଡିଓ କନଫେରେନ୍ସ ଆୟୋଜିତ ହୋଇଯାଇଥିଲା । ଏହି ଆଲୋଚନାରେ ଓଡିଶା ରାଜ୍ୟ ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା ହିତାଧିକାରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଥିଲେ ।

Leave A Reply

Your email address will not be published.